ଦେଶଦେଶ ବିଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ଜନ୍ମଦିନ ଅବସରରେ ବିମାନରେ ଆସୁଥିବା ଚିତାବାଘକୁ ସ୍ୱାଗତ କରିବେ ପ୍ରଧାନମନ୍ତ୍ରୀ

ବିମାନରେ ଆସୁଥିବା ଚିତାବାଘକୁ ସ୍ୱାଗତ କରିବେ ପ୍ରଧାନମନ୍ତ୍ରୀ । ଦକ୍ଷିଣ ଆଫ୍ରିକାରୁ ମଧ୍ୟପ୍ରଦେଶର ଚମ୍ବଲ ଡିଭିଜନର ଶୋପୁର ଜିଲ୍ଲାସ୍ଥିତ କୁନୋ ପାଲପୁର ଅଭୟାରଣ୍ୟକୁ ବିମାନରେ ଆସିବେ ଚିତା ବାଘ । ସେପ୍ଟେମ୍ବର ୧୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଚିତାଙ୍କୁ ସ୍ୱାଗତ କରି ଅଭୟାରଣ୍ୟରେ ଛାଡିବା ପରେ ନିଜ ଜନ୍ମଦିନ ପାଳନ କରିବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି । ଏନେଇ ସରକାରୀ ସୁତ୍ରରୁ ସୂଚନା ମିଳିଛି ।

ସରକାରୀ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,  ନାମିବିଆରୁ ପ୍ରଥମ ଥରରେ ୩ଟି ଚିତା, ଯେଉଁଥିରେ ଦୁଇଟି ପୁରୁଷ ଏବଂ ଗୋଟିଏ ମାଇ ଅଣାଯାଉଛି । ଜନ୍ମଦିନ ଅବସରରେ ମୋଦୀ ସେମାନଙ୍କୁ ଅଭୟାରଣ୍ୟରେ ରଖିବେ । ଅବଶିଷ୍ଟ ଚିତାକୁ ପରେ ଏଠାକୁ ଆଣିବା ଏବଂ ଏନକ୍ଲୋଜରରେ ଛାଡିଦେବା ପାଇଁ ଯୋଜନା ଅନୁମୋଦନ କରାଯାଇଛି ।

ତେବେ ପ୍ରାୟ ୫ ଶହ ବର୍ଗ କିଲୋମିଟର ସ୍ୱତନ୍ତ୍ର ଚିତା ଏନକ୍ଲୋଜର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ଏହି ଏନକ୍ଲୋଜର ନିକଟରେ ଚାରୋଟି ହେଲିପ୍ୟାଡ୍ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଚିତା ଆଣିଥିବା ଚପର ଅବତରଣ କରିବ । ଏହିଠାରେ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟାନ୍ୟ ବିଶେଷ ଅତିଥିଙ୍କ ହେଲିକପ୍ଟର ଅବତରଣ କରିବ । ଏହି ଏନକ୍ଲୋଜରର ମୁଖ୍ୟ ଫାଟକ ହେଲିପ୍ୟାଡ ଠାରୁ ୩ ଶହ ମିଟର ଦୂରରେ, ଯେଉଁଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଚିତାକୁ ଏନକ୍ଲୋଜରରେ ଛାଡିବେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜେ ଏହାର ଅନୁଧ୍ୟାନ କରୁଛନ୍ତି ଏବଂ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଏଠାରେ କ୍ୟାମ୍ପ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା କରୁଛନ୍ତି।

Show More

Related Articles

Back to top button