Breaking PLUSଅପରାଧଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ସାଇବର ଠକଙ୍କ ଟାର୍ଗେଟରେ ରାଜଧାନୀ

ସାଇବର ଠକଙ୍କ ଟାର୍ଗେଟରେ ରାଜଧାନୀ ଭୁବନେଶ୍ୱର । ଦ୍ରୁତ ବେଗରେ ଗତି କରୁଛନ୍ତି ସାଇବର ଠକେଇ । ୫ ମାସରେ ୧୫ ଶହରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ପ୍ରାୟ ୫ କୋଟି ଠକି ନେଲେଣି ସାଇବର ଠକମାନେ । ପୁରା ରାଜ୍ୟରେ ସାଢେ ୧୭ ଶହ ମାମଲା ରୁଜୁ ହୋଇଥିବାବେଳେ କେବଳ ରାଜଧାନୀରେ ୧୫୩୭ ମାମଲା ରୁଜୁ ହୋଇଛି । ମୋଟ ଠକେଇ କେବଳ ୮୭ ପ୍ରତିଶତ ରାଜଧାନୀରେ ହୋଇଛି । ଏଥିରୁ ସ୍ପଷ୍ଟ ଯେ ରାଜଧାନୀରେ ରହିଛି ସାଇବର ଠକଙ୍କ ସ୍ୱତନ୍ତ୍ର ନଜର । ଯେତେ ସଚେତନତା କରାଗଲେ ବି ଲୋକେ ସଚେତନ କମ ହେଉଛନ୍ତି, ଠକାମିରେ ବେଶୀ ପଡୁଛନ୍ତି । ସବୁଠୁ ବଡ କଥା ହେଲା ଏହି ଠକାମିର ବେଶୀ ଶିକାର ହେଉଛନ୍ତି ଉଚ୍ଚଶିକ୍ଷିତମାନେ । ଡାକ୍ତର, ଇଞ୍ଜିନିୟର, ଅବସରପ୍ରାପ୍ତ ସେନା ଅଧିକାରୀ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ରହିଛନ୍ତି ଲିଷ୍ଟରେ । ଜୁଲାଇରେ ସର୍ବାଧିକ ୧ କୋଟି ୩୮ ଲକ୍ଷ । ଜୁନରେ କୋଟିଏ ୬ ଲକ୍ଷ । ମେ ରେ ୯୫ ଲକ୍ଷ ୭୫ ହଜାର , ଅଗଷ୍ଟରେ ୮୦ ଲକ୍ଷ ଏବଂ ଏପ୍ରିଲରେ ୭୬ ଲକ୍ଷ ଟଙ୍କା ଠକେଇ ହୋଇଥିଲା । ଅନ୍ୟପଟେ ଏକ ଚିନ୍ତାର ବିଷୟ ହେଉଛି ଗତ ୫ ମାସରେ ପୁଳା ପୁଳା ଅଭିଯୋଗ ଆସୁଥିଲେ ବି ଠକକୁ ଧରିବା ତ ଦୂରର କଥା ପୋଲିସ ମାମଲା ରୁଜୁ ମଧ୍ୟ କରୁନାହିଁ । ଗତ ମାସକରେ ୩୪୪ଟି ମାମଲା ରୁଜୁ ହୋଇଥିବାବେଳେ ଭୁବନେଶ୍ୱରର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ମାତ୍ର ୬ଟି ମାମଲା ପଞ୍ଜୀକୃତ ହୋଇଛି । ପ୍ରତିମାସରେ ସମାନ ସ୍ଥିତି । ଏମିତିରେ ଲୋକମାନେ ନ୍ୟାୟ କିପରି ପାଇବେ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ ଅଗଷ୍ଟ ମାସରେ ରାଜଧାନୀରୁ ପାଖାପାଖି ୮୦ ଲକ୍ଷ ଟଙ୍କା ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପୋଛି ନେଇଛନ୍ତି ସାଇବର ଠକମାନେ । ମୋଟ ୨୮୬ ଅଭିଯୋଗରୁ ପୋଲିସ ଠକେଇ ସମ୍ପର୍କିତ ମାତ୍ର ୬ ଟି ମାମଲା ରୁଜୁ କରିଛି ।

 

Show More

Related Articles

Back to top button