Breaking PLUSଦେଶମୁଖ୍ୟ ଖବର

ମଙ୍ଗଳବାର ଜମ୍ମୁ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, 30,500 କୋଟି ଟଙ୍କାର ବିକାଶମୂଳକ ପରିଯୋଜନା ଦେବେ ଭେଟି

ନୂଆଦିଲ୍ଲୀ, 19 ଫେବୃୟାରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଜମ୍ମୁ ଗସ୍ତ କରିବେ । ଏହି ଗସ୍ତ କାଳରେ ପିଏମ ରାଜ୍ୟରେ 30,500 କୋଟି ଟଙ୍କାରୁ ଅଧିକ ବିଭିନ୍ନ ବିକାଶମୂଳକ ପରିଯୋଜନାର ଉଦଘାଟନ ଔ ଶିଳାନ୍ୟାସ କରିବେ ।
ପିଏମଓ ପକ୍ଷରୁ କୁହାଯାଇଛି ଯେ, ଫେବୃୟାରୀ 20ରେ ପ୍ରଧାନମନ୍ତ୍ରୀ ପୂର୍ବାହ୍ନ 11.30ରେ ଜମ୍ମୁର ମୌଲାନା ଆଜାଦ ଷ୍ଟାଡିୟମରେ ଏକ ସାର୍ବଜନୀନ ସମାରୋହରେ 30,500 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପରିଯୋଜନାର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହି ପରିଯୋଜନା ସ୍ୱାସ୍ଥ୍ୟ, ରେଳ, ସଡକ, ବିମାନ, ପେଟ୍ରୋଲିୟମ, ନାଗରିକ ମୂଳଦୁଆ ଢାଂଚା ସହିତ ଅନେକ କ୍ଷେତ୍ର ସହିତ ଜଡିତ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜମ୍ମୁ-କଶ୍ମୀରର ପ୍ରାୟ 1500 ନୂଆ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ଆଦେଶ ବିତରଣ କରିବେ । ପ୍ରଧାନମନ୍ତ୍ରୀ ବିକଶିତ ଭାରତ, ବିକଶିତ ଜମ୍ମୁ କାର୍ଯ୍ୟକ୍ରମ ଆଧାରରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ କଥା ହେବେ ।

Show More

Related Articles

Back to top button