Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ । ୧୫ଦିନ ମଧ୍ୟରେ ହତ୍ୟା କରିବାକୁ ଧମକ ଦେବା ସହ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି । ସୋମବାର ସକାଳୁ କଣ୍ଟାବାଞ୍ଜି ବାଳିକା ଉଚ୍ଚବିଦ୍ୟାଳୟ ବାହାରେ ଥିବା ଏକ ଦୋକାନ ନିକଟରେ ଏହି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ପୋଷ୍ଟରରେ ଜଣେ ଯୁବକଙ୍କ ଫଟୋ ଥିବା ଜଣାପଡିଛି । ଦୁଇଟି ସ୍ଥାନରେ ପୋଷ୍ଟର ଲାଗିଥିବା ସୂଚନା ମିଳିଛି । କଣ୍ଟାବାଞ୍ଜି ପୁଲିସ ଖବର ପାଇ ପୋଷ୍ଟର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ମଧ୍ୟ ସନ୍ତୋଷ ସିଂ ସାଲୁଜାଙ୍କ ଉପରେ ମରାଣାନ୍ତକ ଆକ୍ରମଣ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ପୂର୍ବରୁ ସ୍ଥାନୀୟ ଅଂଚଳରେ ‘କଂଗ୍ରେସ ଆସୁଛି’ ବୋଲି ଏକ ପୋଷ୍ଟର ଲାଗିଥିଲା । ବର୍ତ୍ତମାନ କଣ୍ଟାବାଞ୍ଜି ସହରରେ ଏହି ଦୁଇ ପୋଷ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Show More

Related Articles

Back to top button