ଓଡ଼ିଶା

ପୁଣି ବୃଦ୍ଧି ପାଇଲା କ୍ଷୀର ଦାମ୍,ଆଜିଠୁ ନୂଆ ଦର ଲାଗୁ

ମହଙ୍ଗା ମାଡ ମଧ୍ୟରେ ସାଧାରଣ ଲୋକଙ୍କୁ ଝଟକା। ପୁଣି ବୃଦ୍ଧି ପାଇଲା ନିତ୍ୟବ୍ୟବହାର୍ଯ୍ୟ କ୍ଷୀର ଦାମ୍ । ମଦର ଡେୟରୀ ପକ୍ଷରୁ ଏହି ଦର ବୃଦ୍ଧି କରାଯାଇଥିବାବେଳେ ଆଜିଠୁ ଏହି ନୂଆ ଦର ଲାଗୁ କରାଯାଇଛି । ଏଣିକି ପୂର୍ବାପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବେ ଗ୍ରାହକ ।

ମଦର ଡେୟରୀ ଦିଲ୍ଲୀ -ଏନସିଆରରେ ଫୁଲ କ୍ରିମ୍‌ କ୍ଷୀରର ଦାମ୍‌ ୧ ଟଙ୍କା ପ୍ରତି ଲିଟର ଓ ଟୋକନ କ୍ଷୀରର ଦାମ ୨ ଟଙ୍କା ପ୍ରତି ଲିଟର ବଢ଼ାଇ ଦେଇଛି । ନୂଆ ଦାମ୍‌ ଆଜି ଅର୍ଥାତ୍‌ ୨୧ ନଭେମ୍ୱର ଠାରୁ ଲାଗୁ ହେବ।

ଦର ବୃଦ୍ଧିର କାରଣ ଦର୍ଶାଇ ମଦର ଡେୟରୀ କହିଛି ଯେ, ମୂଲ୍ୟ ବୃଦ୍ଧି ଯୋଗୁଁ ସେ ଏହି ବୃଦ୍ଧି କରିଛି। ଆଜି ଠାରୁ ଫୁଲ କ୍ରିମ କ୍ଷୀରର ମୂଲ୍ୟ ଲିଟର ପିଛା ୬୩ ରୁ ୬୪ କୁ ବୃଦ୍ଧି ପାଇଛି। ସେହିପରି ଟୋକନ କ୍ଷୀରର ମୂଲ୍ୟ ୪୮ ଟଙ୍କାରୁ ବୃଦ୍ଧି ପାଇ ଏବେ ୫୦ ଟଙ୍କାରେ ପହଞ୍ଚି ଯାଇଛି । ତେବେ ୫୦୦ ଏମଏଲ୍ ପ୍ୟାକେଟରେ ବିକ୍ରି ହୋଇଥିବା ଫୁଲ କ୍ରିମ କ୍ଷୀରର ମୂଲ୍ୟରେ କମ୍ପାନୀ କୌଣସି ପରିବର୍ତ୍ତନ କରିନାହିଁ।ଦୁଗ୍ଧ ଚାଷୀଙ୍କ ଠାରୁ କଞ୍ଚା ଦୁଗ୍ଧ କ୍ରୟ ମୂଲ୍ୟ ବୃଦ୍ଧି ହେତୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମଦର ଡେୟରୀର ମୁଖପାତ୍ର କହିଛନ୍ତି।

ଏହା ମଧ୍ୟ କହିଛନ୍ତି ମଦର ଡାଏରୀ ଏହି ମୂଲ୍ୟ ବୃଦ୍ଧି ପାଇଁ କୃଷକଙ୍କ କଞ୍ଚା ଦୁଗ୍ଧ କ୍ରୟର ମୂଲ୍ୟ ବୃଦ୍ଧିକୁ ଦାୟୀ କରିଛି । ଚଳିତ ବର୍ଷ ଡାଏରୀ ଉଦ୍ୟୋଗରେ ଦୁଗ୍ଧର ଡିମାଣ୍ଡ ଓ ସପ୍ଲାଇରେ ମଧ୍ୟ ବହୁ ଅନ୍ତର ଦେଖିବାକୁ ମିଳୁଛି । ଚାରା ଏବଂ ଚୋକଡର ଦାମ୍ ମଧ୍ୟ ବଢ଼ିବାରେ ଲାଗିଛି ଏଥି ସହିତ ପାଣିପାଗର ପରିବର୍ତ୍ତନ ହେଉଛି ତେଣୁ କଞ୍ଚା ଦୁଗ୍ଧ ଉପଲବ୍ଧତା ପ୍ରଭାବିତ ହୋଇଛି ।

ମଦର ଡେୟରୀ ରବିବାର (ନଭେମ୍ବର ୨୦) ସୂଚନା ଦେଇଛି ଯେ ସୋମବାର ଠାରୁ ଦିଲ୍ଲୀ-ଏନସିଆରରେ ଫୁଲ୍ କ୍ରିମ୍ କ୍ଷୀରର ଲିଟର ପିଛା ୧ ଟଙ୍କା ଓ ଟୋକେନ୍ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ମଦର ଡେୟରୀ ଚଳିତ ବର୍ଷ ଚତୁର୍ଥ ଥର ପାଇଁ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି।

 

Show More

Related Articles

Back to top button