ଓଡ଼ିଶା

କୋରେଇରେ ଲାଇନଚ୍ୟୁତ ହୋଇ ପ୍ଲାଟଫର୍ମ ଉପରକୁ ମାଡିଗଲା ରେଳ,୪ ମୃତ

ଯାଜପୁର କୋରେଇରେ ଲାଇନଚ୍ୟୁତ ହୋଇ ପ୍ଲାଟଫର୍ମ ଉପରକୁ ମାଡିଗଲା ମାଲବାହୀ ରେଳ । ଫଳରେ ପ୍ଲାଟଫର୍ମରେ ଅନ୍ୟ ଟ୍ରେନକୁ ଅପେକ୍ଷା କରିଥିବା ୪ ଜଣ ଯାତ୍ରୀଙ୍କର ମୃତ୍ୟୁ । ମୃତକ ମାନଙ୍କ ମଧ୍ୟରେ ଜଣେ ଶିଶୁ, ଦୁଇ ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ଏମାନେ ସମସ୍ତେ ବାଲେଶ୍ବର-ଭୁବନେଶ୍ବର ଡିଏମୟୁ ଟ୍ରେନରେ ଯାତ୍ରା କରିବ‌ାକୁ ପ୍ଲାଟଫର୍ମରେ ଅପେକ୍ଷା କରିଥିଲେ।

ଦୁର୍ଘଟଣା ପରେ ୮ଟି ଟ୍ରେନକୁ ବାତିଲ କରାଯାଇଛି। ୫ଟି ଏକ୍ସପ୍ରେସ୍ ଓ ୩ଟି ପାସେଞ୍ଜର ଟ୍ରେନ୍ ପୂରା ବାତିଲ ହୋଇଥିବା ବେଳେ ୫ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି। ସେହିପରି ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ।

ବାତିଲଚହୋଇଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ ରହିଛି ହାୱଡା-ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ, ହାୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ, ଶାଲିମାର-ପୁରୀ ଓ ପୁରୀ -ଶାଲିମାର ଏକ୍ସପ୍ରେସ, ଶାଲିମାର-ହାଇଦ୍ରାବାଦ୍ ଏକ୍ସପ୍ରେସ। ସେହିପରି କଟକ-ଭଦ୍ରକ-କଟକ ପାସେଞ୍ଜର, ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ, ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର ସ୍ପେଶାଲ ଟ୍ରେନ୍ ବାତିଲ ହୋଇଛି ।

ଆଂଶିକ ବାତିଲ ହୋଇଥିବା ଟ୍ରେନ ମଧ୍ୟରେ ରହିଛି ଭୁବନେଶ୍ୱର-ହାୱଡ଼ା ଜନଶତାବ୍ଦୀ ଏକ୍ସପ୍ରେସ। ଏହା ଯାଜପୁର ପର୍ଯ୍ୟନ୍ତ ଚାଲିବ ଏବଂ ଯାଜପୁର ଏବଂ ହାୱଡା ମଧ୍ୟରେ ବାତିଲ ରହିବ | ପୁରୀ-ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସ ଯାଜପୁର ପର୍ଯ୍ୟନ୍ତ ଚାଲିବ ଏବଂ ଯାଜପୁର ଏବଂ ହାୱଡ଼ା ମଧ୍ୟରେ ବାତିଲ ରହିବ |ବାଲେଶ୍ବର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ କେନ୍ଦୁଆପଦା ପର୍ଯ୍ୟନ୍ତ ଚାଲିବ ଏବଂ କେନ୍ଦୁଆପଦାରୁ ଭୁବନେଶ୍ୱର ମଧ୍ୟରେ ବାତିଲ ରହିବ।

ସେହିପରି ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ଭଦ୍ରକ ପର୍ଯ୍ୟନ୍ତ ଚାଲିବ ଏବଂ ଭଦ୍ରକ ଏବଂ ଭୁବନେଶ୍ୱର ମଧ୍ୟରେ ବାତିଲ ହୋଇ ରହିବ| ଖଡ଼ଗପୁର-ଖୋର୍ଦ୍ଧା ଏକ୍ସପ୍ରେସ ଭଦ୍ରକ ପର୍ଯ୍ୟନ୍ତ ଚାଲିବ ଏବଂ ଭଦ୍ରକ ଏବଂ ଭୁବନେଶ୍ୱର ମଧ୍ୟରେ ବାତିଲ ହେବ।

Show More

Related Articles

Back to top button