Breaking PLUSଦେଶ ବିଦେଶମୁଖ୍ୟ ଖବର

ସର୍ଭେରେ ପାକିସ୍ତାନ ସେନାକୁ ସବୁଠୁ ଭରସାଯୋଗ୍ୟ ସଂସ୍ଥା ଭାବେ ରେଟିଂ

ଇସଲମାବାଦ, 3 ଫେବୃଆରୀ – ପାକିସ୍ତାନରେ ହୋଇଥିବା ଏକ ସର୍ବେକ୍ଷଣରେ ପାକିସ୍ତାନ ସେନାକୁ 74 ପ୍ରତିଶତ ଅନୁମୋଦନ ରେଟିଂ ସହିତ ସବୁଠୁ ଭରସାଯୋଗ୍ୟ ସଂସ୍ଥା କୁହାଯାଇଛି । ଫେବୃୟାରୀ 8ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନକୁ 8ଟି ସଂସ୍ଥାରୁ ସବୁଠୁ କମ୍ ଭରସାଯୋଗ୍ୟ କୁହାଯାଇଛି । ଶୁକ୍ରବାର ଏକ ଗଣମାଧ୍ୟମ ରିପୋର୍ଟରୁ ଏହା ସାମ୍ନାକୁ ଆସିଛି ।
ରିପୋର୍ଟ ମୁତାବକ ଇପ୍ପସୋ ପାକିସ୍ତାନ ଜାନୁୟାରୀ 2024ରେ ଭଏସ ଅଫ୍ ଆମେରିକା ପାଇଁ ପାକିସ୍ତାନୀ ଯୁବପିଢିଙ୍କ ରାଜନୈତିକ ଭାଗିଦାରିତା ପରିଦୃଶ୍ୟ ନାମକ ସର୍ଭେ କରିଥିଲା । ଏଥିରେ କୁହାଯାଇଥିଲା ଯେ, ସର୍ବେକ୍ଷଣର ନମୁନା ଆକାର 2,050 ଉତ୍ତରଦାତା ଥିଲେ । ଉତ୍ତରଦାତାଙ୍କ ବୟସ 18-34 ମଧ୍ୟରେ ଥିଲା । ପାକିସ୍ତାନୀ ସେନା ପରେ ଦେଶର ଦ୍ୱିତୀୟ ଭରସାଯୋଗ୍ୟ ସଂସ୍ଥା ଉଚ୍ଚତମ ନ୍ୟାୟାଳୟକୁ କୁହାଯାଇଥିଲା, ଯାହାର ରେଟିଂ 58 ପ୍ରତିଶତ ଥିଲା । ମିଡିଆ ତୃତୀୟ ଭରସାଯୋଗ୍ୟ ସଂସ୍ଥା ଥିବା ବେଳେ ରାଜନୈତିକ ଦଳକୁ ମିଳିଥିଲା 50 ପ୍ରତିଶତ ରେଟିଂ ।

Show More

Related Articles

Back to top button