Breaking PLUSଦେଶ ବିଦେଶମୁଖ୍ୟ ଖବର

ପାକିସ୍ତାନରେ ସାଧାରଣ ନିର୍ବାଚନ ପୂର୍ବରୁ ଦଳର ସାଂଗଠନିକ ନିର୍ବାଚନକୁ ସ୍ଥଗିତ ରଖିଲା ଇମ୍ରାନ ଖାନଙ୍କ ପାର୍ଟି

ଇସଲମାବାଦ, 3 ଫେବୃଆରୀ – ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପ୍ରଶାସନ ଦ୍ୱାରା ସୃଷ୍ଟି ହୋଇଥିବା ଦୁର୍ଭାଗ୍ୟପୂର୍ଣ୍ଣ ସୁରକ୍ଷା ସ୍ଥିତି ଓ ସଦସ୍ୟଙ୍କ ଦ୍ୱାରା ଉଠିଥିବା ଚିନ୍ତାକଚ ଦୃଷ୍ଟି ରଖି ଫେବୃୟାରୀ 8ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ନିଜର ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ ନିର୍ବାଚନ କରିବାକୁ ନିଷ୍ପତ୍ତିକୁ ସ୍ଥଗିତ ରଖିଛି ।
ଏଠାରେ ସୂଚନାଯୋଗ୍ୟ, ଦଳର ମୁଖ୍ୟ ତଥା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ଜେଲରେ ଅଛନ୍ତି । ଦେଶର ସାଧାରଣ ନିର୍ବାଚନରେ ଗୋଟିଏ ସପ୍ତାହରୁ କମ୍ ସମୟ ବାକି । 71 ବର୍ଷୀୟ ଇମ୍ରାନ ଖାନ ଫେବୃୟାରୀ 5ରେ ଦଳର ସଙ୍ଗଠନାତ୍ମକ ନିର୍ବାଚନ କରିବାକୁ ଗୁରୁବାର ଘୋଷଣା କରିଥିଲେ ।

Show More

Related Articles

Back to top button