Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ଆରମ୍ଭ ହେଲା ଓଜେଇଇ ପରୀକ୍ଷା

ଆଜିଠୁ ଆରମ୍ଭ ହୋଇଛି ଓଜେଇଇ ପରୀକ୍ଷା । ମୋଟ ୫୫ ହଜାର ୫୦୦ ଜଣ ପରୀକ୍ଷାର୍ତୀ ଆବେଦନ କରିଛନ୍ତି । ସିବିଟି ମୋଡରେ ରାଜ୍ୟର ୩୦ ଜିଲ୍ଲାରେ ୫୭ଟି ସେଣ୍ଟରରେ ପରୀକ୍ଷା ଚାଲିଛି । ରାଜ୍ୟ ବାହାରେ କୋଲକାତା, ରାଞ୍ଚି, ପାଟନାରେ ସେଣ୍ଟର କରାଯାଇଛି ।

ଆଜି ୩ଟି ସିଫ୍ଟରେ ଚଳିତ ଥର ପରୀକ୍ଷା କରାଯାଉଛି । ପ୍ରଥମ ଦିନରେ ବି.ଫାର୍ମା ଲାଗି ପରୀକ୍ଷା କରାଯାଉଛି । ପ୍ରଥଣ ସିଫ୍ଟି ସକାଳ ୯ଟାରୁ ୧୧ ପର୍ଯ୍ୟନ୍ତ ଚାଲିଥିବା ବେଳେ ଦ୍ୱିତୀୟ ସିଫ୍ଟ ୧୨ଟାରୁ ୩୦ରୁ ୨ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ତୃତୀୟ ସିଫ୍ଟ ଅପରାହ୍ନ ୪ଟାରୁ ୬ ପର୍ଯ୍ୟନ୍ତ ଚାଲିବ । ପ୍ରତି ସିଫ୍ଟର ୧ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି ।

ତେବେ ବି.ଫାର୍ମ ପାଇଁ ୧୩ହଜାର ୨୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ଜଣାପଡିଛି । ସେହିପରି ସବୁ ପରୀକ୍ଷା କେନ୍ଦ୍ରରେ କୋଭିଡ ନିୟମ ମାନିବାକୁ ବାଧ୍ୟତାମୂଳକ କରାଯାଇଛି । ସମସ୍ତ ପରୀକ୍ଷାର୍ଥୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାଇ ରଖିବେ । ଅନ୍ୟପଟେ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ ମଧ୍ୟ କରାଯାଇଛି ।

Show More

Related Articles

Back to top button