Breaking PLUSଦେଶମୁଖ୍ୟ ଖବରରାଜନୀତି

ଆଜି ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜାରି ହେବ ବିଜ୍ଞପ୍ତି

ନୂଆଦିଲ୍ଲୀ- ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ କରିବା ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ । ଭାରତ ନିର୍ବାଚନ କମିଶନର ଏହି ପର୍ଯ୍ୟାୟ ପାଇଁ ରାଜପତ୍ର ଅଧିସୂଚନା ଜାରି କରିବେ ।
ନିର୍ବାଚନ କମିଶନର କହିଛନ୍ତି ଯେ, ସାଧାରଣ ନିର୍ବାଚନ-2024ର ଦ୍ୱିତୀୟ ପର୍ଯ୍ୟାୟରେ 12 ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର 88ଟି ଆସନ ଉପରେ ଏପ୍ରିଲ 26ରେ ଭୋଟ ହେବ । ଏହି ପର୍ଯ୍ୟାୟରେ ଆସାମ, ବିହାର, ଛତିଶଗଡ, ଜମ୍ମୁ କଶ୍ମୀର, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ ବ୍ୟତୀତ ମଣିପୁରର ଗୋଟିଏ ସିଟ୍ ରହିଛି ।

Show More

Related Articles

Back to top button