Breaking PLUSଓଡ଼ିଶାମୁଖ୍ୟ ଖବର

ପୁଅକୁ ସାପ କବଳରୁ ବଞ୍ଚାଇବାକୁ ଯାଇ ଚାଲିଗଲା ମାଆର ଜୀବନ

ନିଜ ସନ୍ତାନ ପାଇଁ ମା' ସବୁ କିଛି କରିପାରେ ମା' । ବଡ଼ ବଡ଼ ବିପଦକୁ ସମ୍ମୁଖୀନ ହେବାକୁ ମା' କେବେ ପଛ ଘୁଞ୍ଚା ଦେଇନଥାଏ । ଏମିତିକି ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଇଥାଏ । ଯାହା ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ଦେଉଳବାଡ଼ ଗ୍ରାମରେ ।

ନିଜ ସନ୍ତାନ ପାଇଁ ମା’ ସବୁ କିଛି କରିପାରେ ମା’ । ବଡ଼ ବଡ଼ ବିପଦକୁ ସମ୍ମୁଖୀନ ହେବାକୁ ମା’ କେବେ ପଛ ଘୁଞ୍ଚା ଦେଇନଥାଏ । ଏମିତିକି ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଇଥାଏ । ଯାହା ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ଦେଉଳବାଡ଼ ଗ୍ରାମରେ ।

ସୂଚନା ମୁତାବକ, ଦଶରଥପୁର ବ୍ଲକ ରାହାସୋଇ ଗ୍ରାମର ବନମାଳି ଜେନାଙ୍କ ଝିଅ ପ୍ରିୟଦର୍ଶିନୀ(୨୫) ୨୦୧୯ ଏପ୍ରିଲ ମାସରେ ଦେଉଳବାଡ଼ ଗ୍ରାମର ଚିନ୍ମୟ ରାଉତଙ୍କୁ ବିବାହ କରିଥିଲେ । ୨୦୨୦ ମେ ମାସରେ ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଘରେ ଖୁସିର ମାହୋଲ ଖେଳିଯାଇଥିଲା । ମା’ ପ୍ରିୟଦର୍ଶିନୀ ଖୁବ୍‌ ସ୍ନେହ ଶ୍ରଦ୍ଧାରେ ପୁଅକୁ ଲାଳନ ପାଳନ କରିଆସୁଥିଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ପୁଅକୁ ଶୁଆଇ ଦେଇ ଘର କାମରେ ବ୍ୟସ୍ତଥିବା ମା’ ପ୍ରିୟଦର୍ଶିନୀ କିଛି ସମୟ ବ୍ୟବଧାନରେ ପୁଅ ଶୋଇବା ଘରକୁ ଆସି ଏକ ନାଗ ସାପ ପୁଅ ନିକଟକୁ ଯାଉଥିବା ଦେଖିଥିଲେ । ଏହା ଦେଖି ମା’ ପ୍ରିୟଦର୍ଶିନୀ ପୁଅକୁ ବଞ୍ଚାଇବାକୁ ଯାଇ ନାଗ ସାପଟିକୁ ହାତରେ ଧରି ଟାଣିଆଣିବା ସମୟରେ ସାପ ତାଙ୍କ ଡାହାଣ ହାତକୁ ଦଂଶନ କରିଥିଲା । ପ୍ରିୟଦର୍ଶିନୀଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ତୁରନ୍ତ ଯାଜପୁର ମୁଖ୍ୟଚିକିତ୍ସାଳୟକୁ ନେଇ ଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣା ଘଟିବା ପରେ ପଡ଼ୋଶୀ ସ୍ନେକ୍‌ ହେଲ୍ପଲାଇନ୍‌କୁ ଯୋଗାଯୋଗ କରିଥିଲେ । ହେଲ୍ପଲାଇନ୍‌ର ସଦସ୍ୟ ଚିତ୍ତରଞ୍ଜନ ପଣ୍ଡା ସାପଟିକୁ ଉଦ୍ଧାର କରିଥିଲେ ।

Show More

Related Articles

Back to top button