Breaking PLUSଦେଶ ବିଦେଶମୁଖ୍ୟ ଖବର
ମଡର୍ଣ୍ଣା ଟିକାକୁ ଆମେରିକାରେ ମିଳିଲା ଅନୁମତି
ଆମେରିକାରେ ମଡର୍ଣ୍ଣା ଟିକାକୁ ଅନୁମତି। ଜରୁରୀ ପ୍ରୟୋଗ ଲାଗି ମଡର୍ଣ୍ଣା ଟିକାକୁ ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ଅନୁମତି ପ୍ରଦାନ କରିଛି। ଅତି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଟିକା ପ୍ରୟୋଗ ଲାଗି ଅନୁମତି ଦିଆଯାଇଛି।

ଆମେରିକାରେ ମଡର୍ଣ୍ଣା ଟିକାକୁ ଅନୁମତି। ଜରୁରୀ ପ୍ରୟୋଗ ଲାଗି ମଡର୍ଣ୍ଣା ଟିକାକୁ ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ଅନୁମତି ପ୍ରଦାନ କରିଛି। ଅତି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଟିକା ପ୍ରୟୋଗ ଲାଗି ଅନୁମତି ଦିଆଯାଇଛି। ଏହାସହ ଆମେରିକା ପ୍ରଥମ ଦେଶ ଭାବେ ମଡର୍ଣ୍ଣା ଟିକାକୁ ସବୁଜ ସଂକେତ ଦେଇଥିବା କୁହାଯାଇଛି।
ଟିକାକୁ ଅନୁମତି ପରେ ସର୍ବସାଧାରଣଙ୍କ ପାଇଁ ଟିକା ମିଳିବ ବୋଲି ରାଷ୍ଟ୍ରପତି ଟ୍ୱିଟ୍ କରି କହିଛନ୍ତି। ଫାଇଜର ଟିକାକୁ ଅନୁମତିର ଏକ ସପ୍ତାହ ପରେ ଏଫଡିଏ ମୋଡର୍ଣ୍ଣାକୁ ଅନୁମତି ଦେଇଛି। ଗତ ଜାନୁଆରିରୁ ଭୟାବହତା ଦେଖାଇଥିବା କରୋନାର ମୁକାବିଲା ଲାଗି ଡିସେମ୍ବର ସୁଦ୍ଧା ୨ଟି ଟିକା ପ୍ରସ୍ତୁତି ହୋଇଯିବା ବିରାଟ ସଫଳତା ବୋଲି ବିଶେଷଜ୍ଞ କହିଛନ୍ତି।