Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ସୁସ୍ଥ ହୋଇ ଘରକୁ ଫେରିଲେ ବଲିଉଡ୍ କୋରିଓଗ୍ରାଫର ରେମୋ ଡିସୁଜା

ବଲିଉଡ୍ କୋରିଓଗ୍ରାଫର ରେମୋ ଡିସୁଜାଙ୍କ ଗତ କିଛିଦିନ ତଳେ ହାର୍ଟ ଆର୍ଟାକ୍ ଆସିଥିଲା । ଏହାପରେ ସଙ୍ଗେସଙ୍ଗେ ତାଙ୍କ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇ, ତାଙ୍କର ଟ୍ରିଟ୍‌ମେଂଟ୍ କରାଯାଉଥିଲା

ବଲିଉଡ୍ କୋରିଓଗ୍ରାଫର ରେମୋ ଡିସୁଜାଙ୍କ ଗତ କିଛିଦିନ ତଳେ ହାର୍ଟ ଆର୍ଟାକ୍ ଆସିଥିଲା । ଏହାପରେ ସଙ୍ଗେସଙ୍ଗେ ତାଙ୍କ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇ, ତାଙ୍କର ଟ୍ରିଟ୍‌ମେଂଟ୍ କରାଯାଉଥିଲା । ଚିକିତ୍ସିତ ହେବା ପରେ ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରେମୋ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଂଟରେ ଏକ ଭିଡିଓ ପୋଷ୍ଟ କରି , ନିଜେ ଏହାର ସୂଚନା ଦେଇଛନ୍ତି । ଭିଡିଓରେ ତାଙ୍କ ଘରେ ତାଙ୍କୁ ସ୍ୱାଗତ କରୁଥିବା ନଜର ଆସୁଛନ୍ତି ।

ଭିଡିଓରେ ରେମୋ ବେଶ ଖୁସି ଥିବା ଦେଖିବାକୁ ମିଳୁଛି । ଏହି ଭିଡିଓ ସେୟାର କରି ରେମୋ ଲେଖିଛନ୍ତି ଯେ, ‘ସମସ୍ତଙ୍କ ଭଲପାଇବା,ପ୍ରାର୍ଥନା ଓ ଆର୍ଶିବାଦ ପାଇଁ ଧନ୍ୟବାଦ । ମୁଁ ଘରକୁ ଫେରି ଆସିଛି ‘ । ତାଙ୍କର ଏହି ଭିଡିଓରେ ଫ୍ୟାନ୍ସମାନେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।

ପ୍ରକାଶ ଥାଉକି,କୋରିଓଗ୍ରାଫର ରେମୋ ଡିସୁଜା ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ୧୯୯୫ରେ । ଆଜି ଯାଏଁ ସେ ଅନେକ୍ ବଡ ବଡ ଫିଲ୍ମରେ କୋରିଓଗ୍ରାଫ୍ କରିଛନ୍ତି । ତାଙ୍କ ଡାନ୍ସ ଓ ତାଙ୍କ କୋରିଓଗ୍ରାଫ୍‌କୁ ଦର୍ଶକ ବେଶ ପସନ୍ଦ କରିବା ସହିତ,ପ୍ରଶଂସା ମଧ୍ୟ କରନ୍ତି ।

Show More

Related Articles

Back to top button