Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା 5ଡିଗ୍ରୀ ସେଲସିୟସ

ନୂଆଦିଲ୍ଲୀ, 18 ଜାନୁଆରୀ – ଘନ କୁହୁଡି କାରଣରୁ ଦେଶର ବିଭିନ୍ନ ସ୍ଥାନରୁ ଦିଲ୍ଲୀ ଆସିବାକୁ ଥିବା 18ଟି ଟ୍ରେନ ବିଳମ୍ବରେ ଚାଲୁଛି । କୁହୁଡି କାରଣରୁ କମ୍ ଦୃଶ୍ୟତା କାରଣରୁ ଆଇଜିଆଇ ଏୟାରପୋର୍ଟରେ ଉଡାଣ ଚଳାଚଳରେ ମଧ୍ୟ ବିଳମ୍ବ ହୋଇଛି । ଯାତ୍ରୀ ନିଜର ନିର୍ଦ୍ଧାରିତ ଉଡାଣକୁ ଅପେକ୍ଷା କରୁଛନ୍ତି ।
ଦେଶର କିଛି ସ୍ଥାନରେ ଘନ କୁହୁଡି କାରଣରୁ ଉଡାଣ ବିଳମ୍ବ ହେଉଛି ଏବଂ କିଛି ଉଡାଣ ରଦ୍ଦ କରାଯାଉଛି । ରାଜଧାନୀ ଘନ କୁହୁଡିର ଆସ୍ତରଣ ଭିତରେ ରହିଛି । ଏବଂ ସହରରେ ଶୀତଲହର ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ ମୁତାବକ ଆଜି ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା 5ଡିଗ୍ରୀ ସେଲସିୟସ ଓ ସର୍ବାଧିକ 18ଡିଗ୍ରୀ ରହିଛି ।

Show More

Related Articles

Back to top button