Breaking PLUSଦେଶମୁଖ୍ୟ ଖବର

ଆସାମରେ ପହଞ୍ଚିଲା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା

ଶିବସାଗର, 18 ଜାନୁଆରୀ – ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଗୁରୁବାର ଆସାମର ଶିବସାଗର ଜିଲ୍ଲାରେ ପହଞ୍ଚିଛି । ଏଠାରେ ନାଗାଲାଣ୍ଡ-ଆସାମ ସୀମା ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧି ବିଜେପିକୁ ନିଶାନା ସାଧିଥିଲେ ।
କଂଗ୍ରେସ ନେତା ରାହୁଲ ଗାନ୍ଧି ଅଭିଯୋଗ ଆଣିଥିଲେ ଯେ, ବିଜେପିର କେନ୍ଦ୍ର ଓ ରାଜ୍ୟ ସରକାର ସାମାଜିକ, ଆର୍ଥିକ ଓ ରାଜନୈତିକ ଅନ୍ୟାୟ କରୁଛନ୍ତି । ସେ କହିଥିଲେ ଯେ, ଏହାପୂର୍ବରୁ ସେ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରା କରିସାରିଛନ୍ତି । ଲୋକେ ତାଙ୍କୁ ପରାମର୍ଶ ଦେଇଛନ୍ତି ଏବେ ସେ ପୂର୍ବରୁ ପଶ୍ଚିମ ଯାଏ ଯାତ୍ରା କରିବା ଆବଶ୍ୟକ । ଏଥିପାଇଁ ସେ ମଣିପୁରରୁ ନାଗାଲାଣ୍ଡ, ଆସାମ ଦେଇ ମୁମ୍ବାଇ ଯାଏ ଯାତ୍ରା କରିବେ । ଏହି ଯାତ୍ରାକୁ ସଫଳତାପୂର୍ବକ ସମ୍ପନ୍ନ ପାଇଁ ସେ ନାଗାଲାଣ୍ଡ ତଥା ମଣିପୁର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ ।

Show More

Related Articles

Back to top button