Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ପୁଟିନଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଜୋ ବାଇଡେନ, କହିଲେ,ୟୁକ୍ରେନରେ ଚାଲିଛି ଗଣହତ୍ୟା

ଜଣେ ଏକଛତ୍ରବାଦୀ ଶାସକଙ୍କ ଦ୍ୱାରା ଏହି ଗଣହତ୍ୟା ଜାରି ରହିଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

କିଭ୍: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଲେ, ୟୁକ୍ରେନରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚଳାଇଛନ୍ତି ଗଣହତ୍ୟା । ଜଣେ ଏକଛତ୍ରବାଦୀ ଶାସକଙ୍କ ଦ୍ୱାରା ଏହି ଗଣହତ୍ୟା ଜାରି ରହିଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ପ୍ରଥମ ଥର ଲାଗି ବାଇଡେନ ଗଣହତ୍ୟା ଶବ୍ଦର ପ୍ରୟୋଗ କରିଛନ୍ତି । ଗତ ସପ୍ତାହରେ ପୁଟିନ ଜଣେ ଯୁଦ୍ଧ ଅପରାଧୀ ବୋଲି କହିଥିଲେ ବାଇଡେନ । ସେପଟେ ଋଷ କବଜାରେ ଥିବା ଯୁଦ୍ଧବନ୍ଦୀଙ୍କୁ ମୁକ୍ତ କରାଗଲେ ୟୁକ୍ରେନ କବଜାରେ ଥିବା ବନ୍ଦୀମାନଙ୍କୁ ମୁକ୍ତ କରାଯିବ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଋଷ ସହ ଯୁଦ୍ଧକୁ ଅଧିକ ଶକ୍ତିଶାଳୀ କରିବା ଲାଗି ୟୁକ୍ରେନକୁ ଆମେରିକା ଖୁବ୍ ଶୀଘ୍ର ୭୫୦ ନିୟୁତ ଡଲାରର ସାମରିକ ସହାୟତା ଘୋଷଣା କରିବ ବୋଲି ସୂଚନା ମିଳିଛି । ଏହି ପ୍ୟାକେଜ କ୍ରମେ ଆମେରିକାଠାରୁ ୟୁକ୍ରେନ ପାଇବ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ହାଓଜିର କମାଣ । ଜେଲେନସ୍କି କହିଛନ୍ତି ଏହି ଅସ୍ତ୍ର ୟୁକ୍ରେନରେ ପହଞ୍ଚିଲେ ଯୁଦ୍ଧର ତରିକା ବଦଳିବ । ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି, ପୋର୍ଟସିଟି ମାରିୟୁପୋଲରେ ଋଷ ରାସାୟନିକ ଅସ୍ତ୍ର ପ୍ରୟୋଗ କରିବାକୁ ଯୋଜନା କରିଥିବାର ସ୍ପଷ୍ଟ ସୂଚନା ମିଳିଛି । ଏହି ସହରରେ ଋଷ ରାସାୟନିକ ପଦାର୍ଥ ମିଶ୍ରିତ ଲୁହବୁହା ଗ୍ୟାସ ସମେତ ଅନ୍ୟାନ୍ୟ ପ୍ରକାର ଗ୍ୟାସ ପ୍ରୟୋଗ କରିବାକୁ ଋଷ ପ୍ରସ୍ତୁତ ଥିବା କହିଛନ୍ତି ବ୍ଲିଙ୍କେନ ।

 

Show More

Related Articles

Back to top button