Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଆଜି ୭୪ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରୁଛି ଭୁବନେଶ୍ୱର

ଆଜି ହେଉଛି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ।

ଭୁବନେଶ୍ୱର : ଆଜି ହେଉଛି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୪ ତମ ପ୍ରତିଷ୍ଠା ଦିବସ ଆଜି ପାଳନ କରୁଛି ରାଜଧାନୀ ଭୁବନେଶ୍ୱର । ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ ସହର ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ହୋଇଥିଲା । ଏଭିତରେ ଅନେକ ବଦଳିଛି ଭୁବନେଶ୍ୱର ।  ତଥାପି ଅନେକ ସମସ୍ୟା ଭିତରେ ଗତି କରୁଛନ୍ତି ସ୍ମାର୍ଟ ସିଟିବାସୀ । ଏହି ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟସେବାଠାରୁ କ୍ରୀଡ଼ା କ୍ଷେତ୍ରରେ ରୂପାନ୍ତରଣ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଦେଶର ପ୍ରମୁଖ ସ୍ମାର୍ଟସିଟିରେ ପରିଣତ କରିଛି । ଆସନ୍ତୁ ଭୁବନେଶ୍ୱରକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବାକୁ ସମସ୍ତେ ଏକ ହୋଇ କାମ କରିବା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

Show More

Related Articles

Back to top button