ଓଡ଼ିଶାମୁଖ୍ୟ ଖବର

ଆସନ୍ତାକାଲି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ବନ୍ଦ

ଆସନ୍ତାକାଲି ମହାଳୟା ଅମାବାସ୍ୟା । ଏନେଇ ଶ୍ରୀମନ୍ଦିରରେ ହୋଇପାରେ ଭକ୍ତଙ୍କ ଗହଳି । କରୋନା ଯୋଗୁଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡକୁ ରୋକିବା ନେଇ ଆସନ୍ତାକାଲି ଶ୍ରୀମନ୍ଦିର ବନ୍ଦ ରହିବ । ଭକ୍ତଙ୍କ ଅତ୍ୟଧିକ ଗହଳି ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତି ନେଇଛନ୍ତି ।

କେବଳ ଆସନ୍ତାକାଲି ନୁହେଁ, ଚଳିତମାସ ୮ଦିନ ଶ୍ରୀମନ୍ଦିର ବନ୍ଦ ରହିବ । ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତି ଅନୁଯାୟୀ, ପ୍ରତି ରବିବାର ସମେତ ବିଶେଷ ପର୍ବପର୍ବାଣି ଦିନମାନଙ୍କରେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ଚଳିତମାସରେ ୫ଟି ରବିବାର ସମେତ ଆସନ୍ତକାଲି ମହାଳୟା ଅମାବାସ୍ୟା, ଆସନ୍ତା ୧୫ତାରିଖ ଦଶହରା ଓ ୨୦ତାରିଖ ଦିନ ଗଜଲକ୍ଷ୍ମୀ ପୂଜା ନେଇ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Show More

Related Articles

Back to top button