Breaking PLUSଅପରାଧଦେଶମୁଖ୍ୟ ଖବର

ଦିଲ୍ଲୀ ଦଙ୍ଗାକୁ ନେଇ ହାଇକୋର୍ଟଙ୍କ ଚାଞ୍ଚଲ୍ୟକର ତଥ୍ୟ

ପୂର୍ବ ଯୋଜନା ମୁତାବକ ହୋଇଥିଲା ଦଙ୍ଗା

ଦିଲ୍ଲୀ ଦଙ୍ଗାକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଲୋମଟାଙ୍କୁରା ତଥ୍ୟ । ଯାହାକୁ ନେଇ ଅଭିଯୋଗକାରୀଙ୍କ ଅଭିଯୋଗର ସ୍ପଷ୍ଟତା ଆସୁଛି । ଗତ ବର୍ଷ ହୋଇଥିବା ଦିଲ୍ଲୀ ଦଙ୍ଗାକୁ ନେଇ ଦିଲ୍ଲୀ ହାଇକୋର୍ଟ ଆଜି ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି ଯେ, ଦିଲ୍ଲୀରେ ପୂର୍ବ ଯୋଜନା ମୁତାବକ ଦଙ୍ଗା କରାଯାଇଥିଲା । ଅଭିଯୋଗକାରୀମାନେ ଯେଉଁ ଭିଡିଓ କୋର୍ଟରେ ଦାଖଲ କରିଛନ୍ତି ସେଥିରୁ ପ୍ରଦର୍ଶନକାରୀଙ୍କ ଆଚରଣ ସ୍ପଷ୍ଟ ହୋଇଛି । ଏହି ଭିଡିଓରୁ ଜଣାପଡିଛି ଯେ ସରକାରଙ୍କ ସହ ସହରର ଲୋକଙ୍କ ଧନ ଜୀବନ ନଷ୍ଟ କରିବାକୁ ଯୋଜନାବଦ୍ଧ ଭାବେ ଏହି ଦଙ୍ଗା କରାଯାଇଥିଲା ।

ଅନ୍ୟପଟେ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ବିଗାଡିବାକୁ କିଛି ଅସାମାଜିକ ବ୍ୟକ୍ତି ପୂର୍ବ ଯୋଜନା ମୁତାବକ ପ୍ରଥମେ ସିସିଟିଭିକୁ ନିଷ୍କ୍ରିୟ କରିଥିଲେ । ଭିଡିଓ ଫୁଟେଜରୁ ସ୍ପଷ୍ଟ ହୋଇଛି ଯେ, ଦଙ୍ଗାକାରୀମାନେ ପୁଲିସ ଉପରେ ଅମାନବୀୟ ଭାବେ ଲାଠି ଚାର୍ଜ କରିଥିଲେ । ଏହି ଦଙ୍ଗା ଅଚାନକ ହୋଇନାହିଁ, ପ୍ରଥମେ ଦଙ୍ଗାକାରୀମାନେ ଯୋଜନା କରି ଏହାପରେ ଏଭଳି ଦଙ୍ଗା କରିଥିଲେ । ଦିଲ୍ଲୀ ଦଙ୍ଗାରେ ଅଭିଯୁକ୍ତମାନଙ୍କର ଜାମିନ ଖାରଜ କରିବା ବେଳେ ଜଷ୍ଟିସ୍ ସୁବ୍ରମଣ୍ୟମ ପ୍ରସାଦ କହିଛନ୍ତି ଯେ, ପ୍ରଥମେ ସିସିିଟିଭିକୁ ଭଙ୍ଗାରୁଜା କରି ସହରର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିଲା ।

Show More

Related Articles

Back to top button