Breaking PLUSଓଡ଼ିଶାମୁଖ୍ୟ ଖବର

ମାଟିକାନ୍ଥ ପଡ଼ି ଶାଶୁଙ୍କ ମୃତ୍ୟୁ, ବୋହୂ ଗୁରୁତର

ମାଟିକାନ୍ଥ ପଡ଼ି ଶାଶୁଙ୍କ ମୃତ୍ୟୁ ହୋଇଥିଲାବେଳେ ବୋହୂ ଗୁରୁତର ଅଛନ୍ତି । ଶୋଇଥିବା ବେଳେ ବିଳମ୍ବିତ ରାତିରେ କାନ୍ଥ ଧସି ଯାଇଥିଲା। ହାଫଳରେ ଘଟଣାସ୍ଥଳରେ ହିଁ ଶାଶୁଙ୍କର ମୃତ୍ୟୁ ଘଟିଥିଲା । ମୃତକ ହେଲେ ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ତରାଜଙ୍ଗ ଗ୍ରାମର ଶାଶୁ କଦଳି ସାହୁ ଏବଂ ଗୁରତର ବୋହୂ ହେଲେ ରିନା ସାହୁ ।

ଚାଳଛପର ଘର ହୋଇଥିବାରୁ ଅତ୍ୟଧିକ ବର୍ଷା ହେବା କାରଣରୁ ଘରେ ପାଣି ଗଳିବା ସାଙ୍ଗକୁ ମାଟି କାନ୍ଥ ଦୁର୍ବଳ ହୋଇପଡିଥିଲା। ଗତକାଲି ବିଳମ୍ବିତ ରାତିରେ ଶାଶୁ ବୋହୂ ଶୋଇଥିବା ବେଳେ କାନ୍ଥଟି ଧସିପଡ଼ିଥିଲା। ପରିବାର ଲୋକ ସଙ୍ଗେସଙ୍ଗେ ଉଭୟ ଶାଶୁ ଓ ବୋହୂଙ୍କୁ ଉଦ୍ଧାର କରିଥିଲେ । ବୋହୂଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଗୁରୁତର ଅଛି।

ଘଟଣାସ୍ଥଳରେ କଙ୍କଡାହାଡ଼ ପୁଲିସ ଓ ବିରାଶାଳ ଆର.ଆଇ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସରକାରୀ ନିୟମ ଅନୁସାରେ ସହାୟତା ଯୋଗାଇ ଦିଆଯିବା ନେଇ ସୂଚନା ଦେଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଗରିବଙ୍କୁ ପକ୍କା ଘର ଯୋଗାଇ ଦେଉଥିବାବେଳେ ଏବେ ଏଠି ମାଟି ଘର କାନ୍ଥ ପଡି ଜଣଙ୍କ ମୃତ୍ୟୁ ପରେ ପ୍ରଶାସନ କୁମ୍ଭୀର କାନ୍ଦଣା କାନ୍ଦିଛି । ଆଉ ସରକାରୀ ବାବୁଙ୍କର ମନେ ପଡିଛି ସହାୟତା କଥା ।

Show More

Related Articles

Back to top button