Breaking PLUSଓଡ଼ିଶାମୁଖ୍ୟ ଖବର

କରଞ୍ଜିଆ ସବ୍ ଟ୍ରେଜେରି ଅଫିସରେ ଅଗ୍ନିକାଣ୍ଡ

ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସଂଦେହ

କରଞ୍ଜିଆ ସବ୍ ଟ୍ରେଜେରି ଅଫିସରେ ଅଗ୍ନିକାଣ୍ଡ ।   ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୪ଟା ୪୫ ମିନିଟରେ କୌଣସି କାରଣରୁ ସବ୍ ଟ୍ରେଜେରି ଅଫିସରେ ନିଆଁ ଲାଗି ଯାଇଥିଲା। ଧୂଆଁ ବାହାରିବା ଦେଖି ସେଠାରେ ଥିବା ଗାର୍ଡ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ମାତ୍ର ସେତେବେଳକୁ ଅଫିସର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଫାଇଲ୍, କମ୍ପ୍ୟୁଟର, ପ୍ରିଣ୍ଟର୍ ପୋଡ଼ି ନଷ୍ଟ ହୋଇଯାଇଥିଲା ।

ତେବେ ନିଆଁ କିପରି ଲାଗିଲା, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ସବ୍ ଟ୍ରେଜେରି ଅଫିସର କର୍ମଚାରୀ ହେମେନ୍ଦ୍ର ମୁର୍ମୁ ଉପସ୍ଥିତ ଥିବା ଜଣାଯାଇଛି ।

Show More

Related Articles

Back to top button