Breaking PLUSଦେଶମୁଖ୍ୟ ଖବର

ସରକାର ଏବେ କୌଣସି ପରିବାର ନୁହେଁ, ବରଂ ଜମ୍ମୁ-କଶ୍ମୀରର ସେବା କରୁଛନ୍ତି- ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଜମ୍ମୁରେ 32,000 କୋଟି ଟଙ୍କାର ବିକାଶ ପରିଯୋଜନାର ଉଦଘାଟନ ଓ ଶିଳାନ୍ୟାସ
ଜମ୍ମୁ/ନୂଆଦିଲ୍ଲୀ,20 ଫେବୃୟାରୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି ଯେ, ଆମେ ବିକଶିତ ଜମ୍ମୁ-କଶ୍ମୀରର ସଂକଳ୍ପ ନେଇଛୁ । ବିକଶିତ ଭାରତର ଅର୍ଥ ବିକଶିତ ଜମ୍ମୁ-କଶ୍ମୀର ଅଟେ । ସେ ଜମ୍ମୁ-କଶ୍ମୀରକୁ ପରିବାର ସଂଚାଳିତ ପାର୍ଟିର ଶିକାର କହିବା ସହ କହିଛନ୍ତି ଯେ, ସରକାର ଏବେ କୌଣସି ପରିବାରର ନୁହେଁ, ବରଂ ଜମ୍ମୁ-କଶ୍ମୀରର ସେବା କରୁଛନ୍ତି । ପ୍ରଧାନମନ୍ତ୍ରୀ ଜମ୍ମୁରେ 32ହଜାର କୋଟି ଟଙ୍କାର ଅନେକ ବିକାଶମୂଳକ ପରିଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିବା ପରେ ଜନସଭାକୁ ସମ୍ବୋଧିତ କରିଛନ୍ତି ।
କେହି ବି ଜଣେ ନାଗରିକ ଲାଭରୁ ବଂଚିତ ହେବେ ନାହିଁ ବୋଲି କହି ପ୍ରଧାନମନ୍ତ୍ରୀ ମୋଦି ଡୋଗରୀରେ ନିଜର ଭାଷଣ ଆରମ୍ଭ କରିଛନ୍ତି । ସେ କହିଛନ୍ତି ଯେ, ଜମ୍ମୁ-କଶ୍ମୀରରେ ପରିଯୋଜନା ଅଂଚଳର ସାମଗ୍ରିକ ବିକାଶକୁ ଅଭିବୃଦ୍ଧି କରିବ । ଜନସଭାରେ ମୋଦି ଗତ 10ବର୍ଷରେ ଜମ୍ମୁ-କଶ୍ମୀର ସହିତ ପୂରା ଭାରତରେ ହୋଇଥିବା ବିକାଶ କାର୍ଯ୍ୟର ତାଲିକା ରଖିଥିଲେ । ପରିବାରବାଦ ରାଜନୀତିକୁ ନେଇ କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସକୁ ନିଶାନା ସାଧିଥିଲେ । ସେ କହିଥିଲେ ଯେ, କଂଗ୍ରେସ ଦଶନ୍ଧି ଧରି ମିଛ କହିଛି । କାର୍ଯ୍ୟକ୍ରମରେ ପିଏମ ମୋଦି ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ କଥା ହୋଇଥିଲେ ।

Show More

Related Articles

Back to top button