Breaking PLUSଦେଶମୁଖ୍ୟ ଖବର

32,000 କୋଟିର ବିକାଶମୂଳକ ପରିଯୋଜନାର ଲୋକାର୍ପଣ ଓ ଶିଳାନ୍ୟାସ

ଜମ୍ମୁ-କଶ୍ମୀରର ବିକାଶକୁ ମିଳିବ ଗତି

ଜମ୍ମୁ,20 ଫେବୃୟାରୀ- ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁରେ ପ୍ରାୟ 32ହଜାର କୋଟିର ବିକାଶମୂଳକ ପରିଯୋଜନାର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହା ସ୍ୱାସ୍ଥ୍ୟ, ଶିକ୍ଷା, ରେଳ, ସଡକ, ବିମାନ, ପେଟ୍ରୋଲିୟମ ତଥା ନାଗରିକଙ୍କ ସୁବିଧା ଓ ଭିତ୍ତିଭୂମି ଢାଂଚା ସହିତ ଜଡିତ । ଏହି ଯୋଜନାରେ ଜମ୍ମୁ-କଶ୍ମୀରର ବିକାଶରେ ଡେଣା ଲାଗିବ ଏବଂ ଲୋକଙ୍କୁ ଅଧିକ ଫାଇଦା ହେବ ।
ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)-1661 କୋଟିରେ ସାମ୍ବା ଜିଲ୍ଲାର ବିଜୟପୁରରେ ନିର୍ମିତ ଏମ୍ସର ଲୋକାର୍ପଣ କରାଯାଇଛି । ଏହି ଏମ୍ସ ରାଜ୍ୟରେ ଚିକିତ୍ସା କ୍ଷେତ୍ରରେ ଏକ ନୂଆ କ୍ରାନ୍ତି ଆଣିବ ଏବଂ ଜମ୍ମୁ କଶ୍ମୀର ସହିତ ହିମାଚଳ ଓ ପଂଜାବ ବାସୀଙ୍କୁ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ । ମଙ୍ଗଳବାର ନିଜ ଗସ୍ତ କାଳରେ ପିଏମ ମୋଦି ଏମ୍ସର ଉଦଘାଟନ କରିଛନ୍ତି ।
ରେଳ ପରିଯୋଜନା- ଜମ୍ମୁ କଶ୍ମୀରରେ ବନିହାଲ-ଖଡି-ସୁଂବଡ-ସଙ୍ଗଲଦାନ (48 କିମି) ରେଳ ଲାଇନ ଓ ବାରାମୂଳା-ଶ୍ରୀନଗର-ବନିହାଲ-ସଙ୍ଗଲାନ ଖଣ୍ଡ (185.66 କିମି) ମଧ୍ୟରେ ନୂଆ ବିଦ୍ୟୁତୀକୃତ ସହିତ ବିଭିନ୍ନ ରେଳ ପରିଯୋଜନାର ଲୋକାର୍ପଣ କରିଛନ୍ତି ପିଏମ ମୋଦି । ପ୍ରଧାନମନ୍ତ୍ରୀ ପ୍ରଥମ ଇଲେକ୍ଟ୍ରି ଟ୍ରେନ ଓ ସଙ୍ଗଲଦାନ ଷ୍ଟେସନ ତଥା ବାରମୂଳା ଷ୍ଟେସନ ମଧ୍ୟରେ ରେଳସେବାର ଶୁଭାରମ୍ଭ କରିଥିଲେ ।
ସଡକ ପରିଯୋଜନା- 7874 କୋଟିର ସଡକ ପରିଯୋଜନାର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଜମ୍ମୁକୁ କଟରା ସହିତ ଯୋଡୁଥିବା ଦିଲ୍ଲୀ- ଅମୃତସର-କଟଡା ଏକ୍ସପ୍ରେସୱେକୁ ଦୁଇଟି ପ୍ୟାକେଜ ସହିତ ଗୁରୁତ୍ୱପୂର୍ଣ୍ଣ ସଡକ ପରିଯୋଜନା ପାଇଁ ଶିଳାନ୍ୟାସ କରିଛନ୍ତି ।
ଏୟାରପୋର୍ଟ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁରେ ଏୟାରପୋର୍ଟର ନୂଆ ଟର୍ମିନାଲ ଭବନର ଶିଳାନ୍ୟାସ କରିଛନ୍ତି । 40ହଜାର ବର୍ଗକିଲୋମିଟରରେ ପରିବ୍ୟାପ୍ତ ନୂଆ ଟର୍ମିନାଲ ଭବନ ଭିଡ ସମୟରେ ଦୁଇହଜାର ଯାତ୍ରୀଙ୍କୁ ସେବା ପ୍ରଦାନ କରିବ, ଯାହାକି ଅତ୍ୟାଧୁନି ସୁବିଧା ବିଶିଷ୍ଟ ହେବ ।
ସିୟୁଏଫ ପେଟ୍ରୋଲିୟମ ଡିପୋ- ପ୍ରଧାନମନ୍ତ୍ରୀ ଜମ୍ମୁରେ ସିୟୁଏଫ ପେଟ୍ରୋଲିୟମ ଡିପୋ ବିକଶିତ କରିବା ପାଇଁ ଶିଳାନ୍ୟାସ କରିଛନ୍ତି ।
ଅନ୍ୟ ପରିଯୋଜନା- ପ୍ରଧାନମନ୍ତ୍ରୀ ଜମ୍ମୁ କଶ୍ମୀରରେ ନାଗରିକ ଭିତ୍ତିଭୂମି ଢାଂଚାକୁ ମଜବୁତ କରିବା ପାଇଁ 3150 କୋଟିର ଅନେକ ବିକାଶମୂଳକ ପରିଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।

Show More

Related Articles

Back to top button