Breaking PLUSଦେଶମୁଖ୍ୟ ଖବର

ଅଯୋଧ୍ୟାରେ ପହଞ୍ଚି ରାମଲଲାଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଧାମୀ

ଅଯୋଧ୍ୟା,20 ଫେବୃୟାରୀ- ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ନିଜର କ୍ୟାବିନେଟ୍ ସହଯୋଗୀଙ୍କ ସହ ମଙ୍ଗଳବାର ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ରାମଲଲାଙ୍କ ଦର୍ଶନ କରିଛନ୍ତି । ସମସ୍ତେ ଏହି ସମୟରେ ବେଶ୍ ଉତ୍ସାହିତ ଥିବା ଓ ଭକ୍ତିଭାବରେ ଡୁବିଯାଇଥିବା ଦେଖିବାକୁ ମିଳିଥିଲା ।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହିତ ମନ୍ତ୍ରିମଣ୍ଡଳର ସତପାଲ ମହାରାଜ, ପ୍ରେମଚନ୍ଦ ଅଗ୍ରୱାଲ, ସୁବୋଧ ଉନିୟାଲ, ଡକ୍ଟର ଧନ ସିଂହ ରାୱତ, ଶ୍ରୀମତି ରେଖା ଆଚାର୍ଯ୍ୟ ଏବଂ ରାଜ୍ୟସଭା ସାଂସଦ ନରେଶ ବଂସଲ ଅଯୋଧ୍ୟାରେ ମହର୍ଷି ବାଲ୍ମିକୀ ଏୟାରପୋର୍ଟରେ ପହଞ୍ଚିଥିଲେ ।
ଏଠାରେ ମୁଖ୍ୟମନ୍ତ୍ରୀ ଧାମୀ ଓ ତାଙ୍କ ସହଯୋଗୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ସମୟରେ ପୂରା ପରିବେଶ ଜୟ ଶ୍ରୀରାମ ନାରାରେ ଗୁଞ୍ଜରିତ ହୋଇଥିଲା । ଏଠାରୁ ସେମାନେ ରାମ ଜନ୍ମଭୂମି ଅଭିମୁଖେ ଯାଇଥିଲେ । ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସହଯୋଗୀ ଅଯୋଧ୍ୟା ଧାମରେ ପ୍ରଭୁ ରାମଙ୍କୁ ନମନ କରି ପୂଜାର୍ଚ୍ଚନା କରିଥିଲେ । ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଧାମ ଭାବୁକ ହୋଇପଡିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶ୍ରୀରାମଲଲାଙ୍କ ଦର୍ଶନ କରି ଭକ୍ତିମୟ ଓ ମନ ପ୍ରଫୁଲ୍ଲିତ ହୋଇପଡିଛି ।

Show More

Related Articles

Back to top button