Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିପାରେ କଂଗ୍ରେସ

ଭୁବନେଶ୍ୱର: ୨୪ ନିର୍ବାଚନ ପାଇଁ ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିପାରେ କଂଗ୍ରେସ । ଏନେଇ ସୋମବାର ପ୍ରଦେଶ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଟିକେଟ ଘୋଷଣା କରିବାକୁ ବୈଠକରେ ନିଷ୍ପତି ହୋଇଥିବା ପିସିସି ସଭାପତି ସୂଚନା ଦେଇଛନ୍ତି । ଆଗୁଆ ଟିକେଟ ବଣ୍ଟନ ପାଇଁ ସୋମବାର ପିଇସି କମିଟି ବୈଠକ ବସିଥିଲା । ନିର୍ବାଚନ କମିଟିର ୨୩ଜଣ ସଦସ୍ୟ ଏହି ବୈଠକରେ ଉପସ୍ଥିତ ରହିଥିଲେ । କଂଗ୍ରେସ ପ୍ରାର୍ଥୀ ହେବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ମାନେ ପ୍ରଗମନ ଆପରେ ଆବେଦନ କରିଥିଲେ । ବୈଠକରେ ସେମାନଙ୍କ ବିଷୟରେ ଆଲୋଚନା ହୋଇଥିଲା । ବିଧାୟକ ପ୍ରାର୍ଥୀ ପାଇଁ ୩ହଜାର ଏବଂ ସାଂସଦ ପ୍ରାର୍ଥୀ ପାଇଁ ୭୦୦ ଜଣ ଆବେଦନ କରିଛନ୍ତି । ଆଶାୟୀଙ୍କ ତାଲିକା ପ୍ରସ୍ତୁତ ହେବା ପରେ ଏହାକୁ ସ୍କ୍ରିନିଂ କମିଟି ପଠାଯିବ । ମାର୍ଚ୍ଚ ପହିଲା ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୭୦ ଆସନ ଲାଗି ଟିକେଟ ଘୋଷଣା କରିବାକୁ ଦଳ ଲକ୍ଷ୍ୟ ରଖିଛି ।

Show More

Related Articles

Back to top button