Breaking PLUSଦେଶମୁଖ୍ୟ ଖବରରାଜନୀତି

ଆଜି ବି ଇଡିରେ ହାଜର ହେଲେନି କେଜରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନକୁ ଏଡ଼ାଇ ଯାଇଛନ୍ତି। ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଇଡି କରୁଥିବା ତଦନ୍ତରେ ସୋମବାର ମଧ୍ୟ ସାମିଲ ହେଲେନାହିଁ କେଜ୍ରିୱାଲ। ଇଡି ଷଷ୍ଠ ଥର ପାଇଁ ସମନ ଜାରି କରି ତାଙ୍କୁ ଫେବୃଆରୀ ୧୯ରେ ହାଜର ହେବା ପାଇଁ କହିଥିଲା। ପୂର୍ବରୁ ତାଙ୍କୁ ୫ ଥର ଇଡି ଡାକିଥିବା ବେଳେ ସେ ହାଜର ହୋଇ ନଥିଲେ।
ଆମ୍‌ ଅଦ୍‌ମୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ, ‘‘କେଜ୍ରିୱାଲଙ୍କ ନିକଟକୁ ପଠାଯାଇଥିବା ସମନ ବେଆଇନ ଏବଂ ଏହି ମାମଲା ବର୍ତ୍ତମାନ କୋର୍ଟରେ ଅଛି। ସମନକୁ ନେଇ ଏଜେନ୍ସି ନିଜେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ବାରମ୍ବାର ସମନ ପଠାଇବା ପରିବର୍ତ୍ତେ ଇଡି କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ।”

କେଜ୍ରିୱାଲ ଏପର୍ଯ୍ୟନ୍ତ ଇଡିର ସମସ୍ତ ସମନକୁ ଏଡ଼ାଇ ଆସିଛନ୍ତି। ଇଡିର ସମସ୍ତ ସମନ ଆଇନଗତ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ ଅଭିଯୋଗ କରିଛନ୍ତି।

Show More

Related Articles

Back to top button