Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଜାରି ରହିଛି ଶୀତ ଲହରୀ, ୧୪ଟି ସହରର ୧୪ ଡିଗ୍ରୀ ତଳେ ରହିଛି ତାପମାତ୍ରା

ରାଜ୍ୟରେ ବଢୁଛି ଶୀତର ପ୍ରକୋପ । ୧୪ଡିଗ୍ରୀ ତଳେ ରାଜ୍ୟର ୧୪ଟି ସହର । ସବୁଠୁ ଥଣ୍ଡା ସହର ସୋନପୁରରେ ପାରଦ ୮ ଡିଗ୍ରୀ ରେକର୍ଡ କରାଯାଇଛି । ଫୁଲବାଣୀରେ ୯ ଡିଗ୍ରୀ ଓ ଦାରିଙ୍ଗବାଡିରେ ୯.୫, ଭବାନୀପାଟଣା ୧୦.୫ ଓ ଅନୁଗୁଳରେ ୧୦.୬ ଡିଗ୍ରୀ ରେକର୍ଡ କରାଯାଇଛି ।

ରାଜ୍ୟରେ ବଢୁଛି ଶୀତର ପ୍ରକୋପ । ୧୪ଡିଗ୍ରୀ ତଳେ ରାଜ୍ୟର ୧୪ଟି ସହର । ସବୁଠୁ ଥଣ୍ଡା ସହର ସୋନପୁରରେ ପାରଦ ୮ ଡିଗ୍ରୀ ରେକର୍ଡ କରାଯାଇଛି । ଫୁଲବାଣୀରେ ୯ ଡିଗ୍ରୀ ଓ ଦାରିଙ୍ଗବାଡିରେ ୯.୫, ଭବାନୀପାଟଣା ୧୦.୫ ଓ ଅନୁଗୁଳରେ ୧୦.୬ ଡିଗ୍ରୀ ରେକର୍ଡ କରାଯାଇଛି । ୧୦ ଡିଗ୍ରୀ ତଳେ ରହିଛି ୫ ସହରର ତାପମାତ୍ରା । ଶୀତ ସାଙ୍ଗକୁ ସକାଳୁ ସକାଳୁ ଘନ କୁହୁଡିର ଆସ୍ତରଣ । ୧୦୦ ମିଟର ପର୍ଯ୍ୟନ୍ତ ଭିଜିବିଲିଟି ଜିରୋ ରହୁଛି । ଘନ କୁହୁଡି ଯୋଗୁ ୯ ଜିଲ୍ଲାକୁ ୱେଲୋ ୱାର୍ଣ୍ଛିଂ ଜାରି କରାଯାଇଛି। ଜିଲ୍ଲା ଗୁଡିକ ହେଲା ଭଦ୍ରକ, ବାଲେଶ୍ୱର,ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୋନପୁର, ଅନୁଗୁଳ ବୌଦ୍ଧ। ଆଗକୁ ଶୀତ ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Show More

Related Articles

Back to top button