Breaking PLUSଦେଶ ବିଦେଶମୁଖ୍ୟ ଖବର

11 ଦିନରେ ପହଁଞ୍ଚିଲାଣି କୃଷକ ଆନ୍ଦୋଳନ, ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢ କଲେ କେନ୍ଦ୍ରସରକାର

ନୂତନ କୃଷି ଆଇନବ୍ରୋଧ କରି ଜାରି ରହିଥିବା କୃଷକଙ୍କ ଆନ୍ଦୋଳନ ଏଗାର ଦିନରେ ପହଁଞ୍ଚିଛି । ଗତ 10 ଦିନ ହେବ ଦିଲ୍ଲୀ-ହରିୟାଣାର ସିନ୍ଧୁ ସୀମାରେ ହଜାର ହଜାର କୃଷକ ଏକତ୍ର ହୋଇ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ଟିକାରି ସୀମାରେ ଥିବା ଗାଜୀପୁର ସୀମାରେ ମଧ୍ୟ ଚାଷୀଙ୍କ ପ୍ରଦର୍ଶନ ଜାରି ରହିଛି । ଏହା ବ୍ୟତୀତ କିଛି କୃଷକ ବୁରାଡି ପଡିଆରେ ମଧ୍ୟ ବିରୋଧ କରୁଛନ୍ତି।

ଚାଷୀ ଏବଂ ସରକାରଙ୍କ ମଧ୍ୟରେ ପାଞ୍ଚ ରାଉଣ୍ଡ ଆଲୋଚନା ହୋଇସାରିଲାଣି ମଧ୍ୟ, କିନ୍ତୁ ଆଲୋଚନା ବର୍ତ୍ତମାନ ସୁଦ୍ଧା ବିଫଳ ହୋଇଥିବାବେଳେ ଅବରୋଧ ଜାରି ରହିଛି । ବର୍ତ୍ତମାନ କୃଷକମାନେ ଡିସେମ୍ବର 8 ରେ ଭାରତ ବନ୍ଦ ଘୋଷଣା କରିଛନ୍ତି । ଏହାକୁ ନେଇ ଡିସେମ୍ବର 9 ରେ ସରକାରଙ୍କ ସହ ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି ।

ତେବେ ସିନ୍ଧୁ ସୀମାରେ ଧାରଣାରେ ବସିଥିବା ଚାଷୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି, ତେଣୁ ଏଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧିରେ ଧିରେ ସୁରକ୍ଷାବ୍ୟବସ୍ଥା ନିୟୋଜନ ମଧ୍ୟ ବୃଦ୍ଧି ପାଉଛି । ଦିଲ୍ଲୀ ପୋଲିସର ଆତଙ୍କବାଦ ବିରୋଧୀ ସ୍କ୍ୱାର୍ଡ, ସ୍ପେଶାଲ ସେଲର ବରିଷ୍ଠ ଅଧିକାରୀମାନେ ମଧ୍ୟ ଡ୍ୟୁଟିରେ ନିୟୋଜିତ ହୋଇଛନ୍ତି । ଏହି ଅଧିକାରୀମାନେ ସୀମାରେ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରୁଛନ୍ତି ।

ସୀମାରେ ITBP, RAF, CRPF କର୍ମଚାରୀମାନେ ମଧ୍ୟ ନିୟୋଜିତ ହୋଇଛନ୍ତି | ଏଠାରେ ବର୍ତ୍ତମାନ ଏକ ନୂତନ ସିମେଣ୍ଟେଡ୍ ବ୍ୟାରିକେଡିଂ କରାଯାଉଛି |

ଗୋଟିଏ ପଟେ ସିନ୍ଧୁ ସୀମାରେ ଆରଏଫ୍ କର୍ମଚାରୀଙ୍କୁ ପୋଷ୍ଟ କରାଯାଇଥିବାବେଳେ ଏବଂ ଅନ୍ୟ ପଟେ ନିହାଙ୍ଗ ସର୍ଦ୍ଦାର ମଧ୍ୟ ଚାଷୀଙ୍କ ପକ୍ଷରୁ ଆଗ ଧାଡ଼ିରେ ନିୟୋଜିତ ହୋଇଛନ୍ତି । ହାତରେ ଖଣ୍ଡା ଓ କୃପଣ ଘରି ଘୋଡା ଉପରେ ବସି ନିହାଙ୍ଗ ସର୍ଦ୍ଦାର ସମୟ ସମୟରେ ନିଜ ଖଣ୍ଡା ପ୍ରଦର୍ଶନ ଦେଖାଉଥିବା ଜଣାପଡିଛି । ଆଗକୁ କୌଣସି ସମୟରେ ସ୍ଥିତି ବିଗିଡିବାର ଆଶଙ୍କା ପ୍ରକାଶ କରି ସରକାରଙ୍କ ପକ୍ଷରୁ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ସୁରକ୍ଷାବଳ ନିୟୋଜିତ କରାଯାଉଛି ।

Show More

Related Articles

Back to top button