ଓଡ଼ିଶାଜୀବନଚର୍ଯ୍ୟାମୁଖ୍ୟ ଖବରସ୍ୱାସ୍ଥ୍ୟ

ଆଜି ଅପରାହ୍ନରେ କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ । ଦୈନିକ ସଂକ୍ରମଣ ୫୦୦ ଶହ ଟପିଥିଲାବେଳେ ଆଜି ୮ଶହ ଟପିଛି ସଂକ୍ରମଣ । ବିଭିନ୍ନ ସ୍ଥାନରେ କୋଭିଡ ନିୟମ ଓ ମାସ୍କ କଡାକଡି କରିବ ସତ୍ୱେ ମଧ୍ୟ ଲୋକେ ମାନୁନଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଫଳରେ ରାଜ୍ୟରେ କରୋନା ନିୟମରେ ଆହୁରି କିଛି ପରିବର୍ତ୍ତନ ଆସିପାରେ ବୋଲି ଆଶା କରାଯାଉଛି ।

ସୂଚନା ଥାଉ କି , ଗତ ୨୪ ଘଣ୍ଟା ଭିତରେ ୮୦୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମଣଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ବୟସ ବର୍ଗରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ୧୨ ଲକ୍ଷ ୯୬ ହଜାର ୧୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁସ୍ଥ ହେଲେଣି ୧୨ ଲକ୍ଷ ୮୨ ହଜାର ୬୯୦ ଜଣ । ସକ୍ରିୟ ଅଛନ୍ତି ୪ ହଜାର ୨୬୨ ଜଣ ।

 

Show More

Related Articles

Back to top button