ଓଡ଼ିଶା

ବାଇକକୁ ଧକ୍କା ଦେଲା ବସ୍,ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର

ବାଇକକୁ ଧକ୍କା ଦେଲା ବସ୍ । ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସୋନପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ କଳାପଥର ଛକ ନିକଟରେ । ଫଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ଖୋଳତାଡ ଜାରି ରଖିଛି ପୋଲିସ୍ ।

ମିଳିଥିବା ସୂଚନା ଅନୁଯାୟୀ, ସୋନପୁର ଜିଲ୍ଲା ଖୁଜେନପାଲିର ପୁଷ୍ପାଞ୍ଜଳୀ ବାଘ ଓ ସ୍ୱାମୀ ଗିରିଧାରୀ ବାଘ୍‌ଙ୍କ ସହ ଗତକେଲା ଶିବମନ୍ଦିରକୁ ଦର୍ଶନ କରିବାକୁ ବାଇକ୍‌ରେ ଯାଉଥିଲେ ।  କଲାପଥର ରାସ୍ତରେ ଥିବା ବୁଲାଣି ନିକଟରେ ବଲାଙ୍ଗୀର ପଟୁ ଆସୁଥିବା ଏକ ଘରୋଇ ବସ୍‌ ବାଇକ୍‌ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇଥିଲେ ।ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।  ସେଠାରେ ଡାକ୍ତର ଗୀତାଞ୍ଜଳିଙ୍କୁ ମୃତ୍ୟୁ ଘୋଷଣା କରିଥିଲାବେଳେ ସ୍ୱାମୀ ଗିରିଧାରୀ ବାଘ୍‌ ଏବେବି ଗୁରୁତର ଅଞ୍ଚନ୍ତି ।

Show More

Related Articles

Back to top button