ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଜେଲ୍‌ରେ ସଜା ନୁହେଁ ଭିଭିଆଇପି ମଜା ମିଳୁଛି ଆପ୍ ମନ୍ତ୍ରୀଙ୍କୁ, ଖାଉଛନ୍ତି ରେଷ୍ଟୁରାଣ୍ଟ ଖାଦ୍ୟ

ନୂଆଦିଲ୍ଲୀ: ଜେଲ୍‌ରେ ଆପ୍ ମନ୍ତ୍ରୀଙ୍କୁ ସଜା ନୁହେଁ ମିଳିଛୁ ଭିଭିଆଇପି ମଜା। ବଡି ମସାଜ ସହ ଖାଉଛନ୍ତି ରେଷ୍ଟୁରାଣ୍ଟ ଖାଦ୍ୟ। ଦିଲ୍ଲୀ ତିହାର ଜେଲ୍‌ରୁ ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଆପ୍ ସରକାରଙ୍କୁ ହରଡଘଣାରେ ପକାଇଛି।

ସାମ୍ନାକୁ ଆସିଥିବା ଭିଡିଓରେ ସତ୍ୟେନ୍ଦ୍ର ଜୈନ୍ ରେଷ୍ଟୁରାଣ୍ଟରୁ ମଗା ଯାଇଥିବା ବିଭିନ୍ନ ସୁଆଦିଆ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି। ଜେଲ୍ ବାହାରୁ ଏକାଧିକ ପ୍ୟାକେଟ୍‌ରେ ବିଭିନ୍ନ ପ୍ରକାରର ଖାଦ୍ୟ ଅଣାଯାଇଛି। ଯାହାକୁ ଖାଉଛନ୍ତି ସତ୍ୟେନ୍ଦ୍ର ଜୈନ୍। ତା’ସହ ବିଭିନ୍ନ ଫଳ ଓ ଡ୍ରାଏ ଫୁଟସ୍ ବି ତାଙ୍କ ପାଖରେ ପହଞ୍ଚା ଯାଇଛି। ଏସବୁକୁ ଜେଲ୍ ଭିତରେ ବେଶ୍ ଆରମରେ ତାଙ୍କ ପାଖରେ ପହଞ୍ଚା ଯାଉଛି।

ପୂର୍ବରୁ ମାଲିସ୍ ଭିଡିଓ ଭାଇରାଲ୍ ହେବା ପରେ ସତ୍ୟେନ୍ଦ୍ରଙ୍କ ଓକିଲ ଏନେଇ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଜେଲ୍‌ରେ ସତ୍ୟେନ୍ଦ୍ରଙ୍କ ଓଜନ ୨୮ କିଲୋ କମି ଯାଇଛି। କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିବା ସହ ଓଜନ ୮ କିଲୋ ବଢ଼ିଥିବା ତିହାର ଜେଲ୍ କତ୍ତୃପକ୍ଷ କହିଛନ୍ତି।

ଏହି ଘଟଣାକୁ ନେଇ ବିଜେପି ଆପ୍‌କୁ ଘେରିଛି। ଜେଲ୍‌ରେ ସତ୍ୟେନ୍ଦ୍ର ବେଶ୍ ଆରାମରେ ରହିଛନ୍ତି, କ୍ରେଜିୱାଲ ସବୁ ବ୍ୟବସ୍ଥା କରିଛନ୍ତି। ତେଣୁ ଆପ୍‌ର କଥା ଓ କାର୍ଯ୍ୟ ଦୁଇଟି ଭିନ୍ନ ବୋଲି ଅଭିଯୋଗ କରିଛି ବିଜେପି। ସେପଟେ ଏହି ଘଟଣାକୁ ନେଇ ଆପ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Show More

Related Articles

Back to top button