Breaking PLUSଅପରାଧଓଡ଼ିଶାମୁଖ୍ୟ ଖବର

ଗୋଧସ ଜଳପ୍ରପାତରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

found in the Gods Falls

ନୂଆପଡା ଗୋଧସ ଜଳପ୍ରପାତରେ ପ୍ରେମୀଯୁଗଳଙ୍କ ନିଖୋଜ ଘଟଣାର ୩ ଦିନ ପରେ ଆଜି ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି। ୪୬ ଘଣ୍ଟା ପରେ ଆଜି ପ୍ରେମୀଯୁଗଳଙ୍କ ମୃତଦେହ ନୂଆପଡ଼ା ଅଗ୍ନଶମ ବିଭାଗ ଉଦ୍ଧାର କରିଛି ।  ସଦର ବ୍ଲକ ଭରୁଆମୁଣ୍ଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟରେ ଥିବା ଗୋଧସ ଜଳପ୍ରପାତ ଉପରୁ ଡେଇଁ ପ୍ରେମୀଯୁଗଳ ୩ ଦିନ ତଳେ ନିଖୋଜ ହୋଇଥିଲେ ।

ଆତ୍ମହତ୍ୟା ପୂର୍ବରୁ ସେମାନେ ସୁଇସାଇଡାଲ ନୋଟ୍ ରେ ଉଭୟଙ୍କ ଜାତି ଅଲଗା ହୋଇଥିବାରୁ ସେମାନଙ୍କୁ ସ୍ବାମୀ ସ୍ତ୍ରୀର ମାନ୍ୟତା ମିଳିନଥିଲା ବୋଲି ଲେଖିଥିଲେ ।  ସେଥିରେ ଉଲ୍ଲେଖ ଥିଲା ଯେ, ପ୍ରେମ ବିବାହ ଉଦ୍ଦେଶ୍ୟରେ ଗତ ୨୪ ତାରିଖରୁ ଘରୁ ବାହାରିଥିଲେ । କିନ୍ତୁ ସ୍ୱୀକୃତି ନ ମିଳିବାରୁ ଆତ୍ମହତ୍ୟା କରିଥିଲେ । ମୃତ ପ୍ରେମୀଯୁଗଳ ପଡ଼ୋଶୀ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ପିପଲଛେଡି ଥାନା ଥୁଆପାନି ଗାଁର ଧନିରାମ ଅଁଟି ଓ ଦେମତି ସୋରି ବୋଲି ଜଣାପଡ଼ିଛି । ଜଳ ପ୍ରପାତର ଅକାତପାଣି ଭିତରେ ମଧ୍ୟ ବହୁ କଷ୍ଟରେ ନୂଆପଡ଼ା ଅଗ୍ନିଶମ ବାହିନୀ ଖୋଜି ବାହାର କରିବା ପରେ ଧରମବନ୍ଧା ପୁଲିସକୁ ଜିମା ଦେଇଥିଲେ । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ ହୋଇଛି।

Show More

Related Articles

Back to top button