Breaking PLUSଦେଶମୁଖ୍ୟ ଖବରରାଜନୀତି

କଂଗ୍ରେସରେ ସାମିଲ ହୋଇପାରନ୍ତି କହ୍ନେୟା ଓ ଜିଗ୍ନେଶ

ଗୁଜୁରାଟର ବିଧାୟକ ଜିଗ୍ନେଶ ମେୱାନୀ ଏବଂ ସିପିଆଇ ନେତା କହ୍ନେୟା କୁମାର  କଂଗ୍ରେସରେ ସାମିଲ ହୋଇପାରନ୍ତି । ଆଜି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏମାନେ ଦଳରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଗୁଜୁରାଟର ଭଦଗାମ ନିର୍ବାଚନମଣ୍ଡଳୀରୁ ଜିଗ୍ନେଶ ମେୱାନି ଜଣେ ସ୍ୱାଧୀନ ବିଧାୟକ ତଥା ରାଷ୍ଟ୍ରୀୟ ଦଳିତ ଆରଡିଏମ୍ ର ସଂଯୋଜକ ଅଟନ୍ତି । ସୂତ୍ର ଅନୁଯାୟୀ ଉଭୟ ନେତା ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପାର୍ଟି ମୁଖ୍ୟାଳୟରେ କଂଗ୍ରେସରେ ଯୋଗଦେଇପାରନ୍ତି ।

କହ୍ନେୟା କୁମାର ଜେଏନୟୁର ପୂର୍ବତନ ସଭାପତି ଏବଂ ଜିଗ୍ନେଶ ମେୱାନୀ ଦଳିତ ସମ୍ପ୍ରଦାୟର ଅଟନ୍ତି । କଂଗ୍ରେସ ସଂଗଠନ ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ଏବଂ ଗୁଜୁରାଟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ, କହ୍ନେୟା ଓ ମେୱାନୀ କଂଗ୍ରେସରେ ଯୋଗଦାନ ସମୟରେ ଉପସ୍ଥିତ ରହିପାରନ୍ତି ।

Show More

Related Articles

Back to top button