Breaking PLUSଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

୨୦ ହଜାର ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଟୀକା ନେଲେଣି ୮୭କୋଟି ୭ ଲକ୍ଷ ୮ହଜାର ୬୩୬ ଜଣ

ଦେଶରେ ୨୦ ହଜାର ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା କଟକଣା କୋହଳ ହେବା ସତ୍ତ୍ବେ ମଧ୍ୟ ସଂକ୍ରମଣ କମ ହେବା ଏବେ ଭାରତ ସରକାରଙ୍କ ପାଇଁ ବଡ଼ ଉପଲବ୍ଧି ପାଲଟିଛି । ଏହା କେବଳ ଟିକାକରଣ ପାଇଁ ସମ୍ଭବ ହୋଇପାରିଥିବା ବେଳେ ଦେଶରେ ଏବେ ୮୭କୋଟି ୭ ଲକ୍ଷ ୮ହଜାର ୬୩୬ ଲୋକଙ୍କୁ ଟିକା ଦିଆଯାଇଛି । ଦୁଇଶହ ଏକ ଦିନ ପରେ ୨୦ ହଜାର ତଳକୁ ଖସିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣସଂଖ୍ୟା ପ୍ରାୟ ୨୦ ହଜାରରୁ କମ୍ ଥିବା ବେଳେ ମୃତ୍ୟୁସଂଖ୍ୟା ‌ଶହେରୁ ଟିକେ ଅଧିକ ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୭୯୫ କରୋନା ନୂତନ ସଂକ୍ରମଣ ଓ ୧୭୯ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩ କୋଟି ୩୬ ଲକ୍ଷ ୯୭ ହଜାର ୫୮୧ ଓ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୭ ହଜାର ୩୭୩ରେ ପହଞ୍ଚିଛି।

ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୩୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ  ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୩ କୋଟି ୨୯ ଲକ୍ଷ ୫୮ ହଜାର ୨ରେ ପହଞ୍ଚିଛି । ­­­­­ ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨ ଲକ୍ଷ ୯୨ ହଜାର ୨୦୬ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୮୭ କୋଟି  ୭ ଲକ୍ଷ ୮ ହଜାର ୬୩୬ ଜଣଙ୍କୁ ଟିକା ଦିଆଯାଇସାରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଆଯାଇଛି ୧ କୋଟି ୨ ଲକ୍ଷ ୨୨ ହଜାର ୫୨୫ ଡୋଜ୍‌ ଟିକା । ଯେଉଁମାନେ ଏଯାଏ ଟୀକା ନେଇନାହାଁନ୍ତି ସେମାନେ ଟୀକା ନେବାକୁ କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

Show More

Related Articles

Back to top button