Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆପଡ଼ାରେ ଏସପିଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ମହାଲିଙ୍ଗ ଅଧ୍ୟାପିକା ମମିତା ମେହେର ମୃତ୍ୟୁକୁ ନେଇ ତେଜୁଛି ବିବାଦ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ତେଜୁଛି ଆନ୍ଦୋଳନ । ଘଟଣାକୁ ନେଇ ଆଜି ନୂଆପଡ଼ା ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିଛି ବିଜେପି । ଯାହାକୁ ନେଇ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା ।

ବିଜେପି ଯୁବ ମୋର୍ଚ୍ଚାର ଶତାଧିକ କର୍ମକର୍ତ୍ତା ନୂଆପଡ଼ା ପୋଲିସ ପଡ଼ିଆରେ ଏକାଠି ହୋଇ ଶୋଭାଯାତ୍ରାରେ ବାହାରିଥିଲେ । ଏହାପରେ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ କରିଥିଲେ ବିଜେପି କର୍ମୀ । ଘଟଣାସ୍ଥଳରେ ବିଜେପି ଯୁବ ମୋର୍ଚ୍ଚା କର୍ମକର୍ତ୍ତା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ ଦେବାକୁ ଦାବି କରିଥିଲେ ବିଜେପି କର୍ମୀ । ଏହାସହ ଏଭଳି ଏକ ସ୍ପର୍ଶକାତର ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛି ବିଜେପି । ତେଣୁ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ସହ ଗଟଣଶର ସିବିଆଇ ତଦନ୍ତ ଦାବି ହୋଇଛି । ନୂଆପଡା ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଦଳ ଚେତାବନୀ ଦେଇଛି ।

Show More

Related Articles

Back to top button