ଦେଶମୁଖ୍ୟ ଖବର

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଲାଗି ଜୁଲାଇ ୧ରୁ ଲାଗୁ ହେବ ୩୧% ମହଙ୍ଗା ଭତ୍ତା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସେମାନେ ପାଇବାକୁ ଥିବା ୩୧% ମହଙ୍ଗା ଭତ୍ତା ୨୦୨୧ ଜୁଲାଇ ୧ ତାରିଖରୁ କାର୍ଯ୍ୟକାରୀ ହେବ । ଏବେ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ୧ରୁ ମିଳିବ ବୋଲି ଆଜି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ମୂଳ ଦରମା ଉପରେ ୨୮ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିଲା ।

ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ‘ମୂଳ ଦରମା ଅର୍ଥ ୭ମ ବେତନ କମିଶନର ସୁପାରିସ ଆଧାରରେ କେନ୍ଦ୍ରୀୟ କର୍ମଚାରୀମାନେ ପାଉଥିବା ଅର୍ଥ । ଏଥିରେ ଅନ୍ୟ କୌଣସି ପ୍ରକାରର ବେତନ କିମ୍ବା ଭତ୍ତା ସାମିଲ ନାହିଁ । ଏହା ବେତନ ପ୍ରାପ୍ତ ବେସାମରିକ କର୍ମଚାରୀଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ, ସଶସ୍ତ୍ର ବାହିନୀର କର୍ମଚାରୀ ଏବଂ ରେଳ କର୍ମଚାରୀଙ୍କ ବିଷୟରେ ପ୍ରତିରକ୍ଷା ଏବଂ ରେଳ ମନ୍ତ୍ରଣାଳୟ ପୃଥକ ନିର୍ଦ୍ଦେଶ ଜାରି କରିବେ ବୋଲି କୁହାଯାଇଛି । ଏହା ଦ୍ୱାରା ପ୍ରାୟ ୪୭.୧୪ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୮.୬୨ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

Show More

Related Articles

Back to top button