Breaking PLUSବଲିଉଡମୁଖ୍ୟ ଖବର

ଆଜି ମଧ୍ୟ ଆର୍ୟନଙ୍କୁ ମିଳିଲା ନାହିଁ ଜାମିନ

ପୁଣି ଆସନ୍ତାକାଲିକୁ ଅପେକ୍ଷା

କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଦୀର୍ଘ ଦିନ ଧରି ଜେଲରେ ଅଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । ଆର୍ୟନ ଖାନଙ୍କ ପାଇଁ ବମ୍ବେ ହାଇକୋର୍ଟରେ ଦାଖଲ ହୋଇଥିବା ଜାମିନ ଆବେଦନ ଉପରେ ଆଜି ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ । କୋର୍ଟର ଆଜିର କାର୍ଯ୍ୟ ସମୟ ଶେଷ ହୋଇଯିବାରୁ ଆସନ୍ତାକାଲି ଅପରାହ୍ନ ୨.୩୦ ରେ ଏହି ମାମଲାର ଶୁଣାଣି ପୁଣି ଆରମ୍ଭ ହେବ । ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ଆଜି ଆର୍ଯ୍ୟନଙ୍କ ପକ୍ଷରୁ ପକ୍ଷ ରଖିଥିଲେ । ଅନ୍ୟପକ୍ଷରେ ଏଏସଜି ଅନିଲ ସିଂ ଏନସିବି ପକ୍ଷ ରଖିଥିଲେ ।

ଶୁଣାଣି ସମୟରେ ମୁକୁଲ ରୋହତଗୀ କୋର୍ଟରେ କହିଥିଲେ ଯେ ମୁଁ ଆଜି ଅପରାହ୍ନରେ ଜାମିନ ଆବେଦନ ଉପରେ ଏନସିବିର ଉତ୍ତର ଏକ କପି ପାଇଛି ଏବଂ ମୁଁ ଏହାର ଉତ୍ତର ଦାଖଲ କରିଛି । ସେ ଆର୍ଯ୍ୟନଙ୍କ ପକ୍ଷ ରଖି ସେ କହିଥିଲେ ଯେ, “ଆର୍ଯ୍ୟନ୍ ଖାନ୍ ଏକ ସ୍ୱତନ୍ତ୍ର ଅତିଥି ଭାବରେ କ୍ରୁଜ୍ ଉପରେ ନିମନ୍ତ୍ରିତ ହୋଇଥିଲେ । ତାଙ୍କୁ ଏହି ପାର୍ଟିର ଆୟୋଜକ ପ୍ରତୀକ ଗାବା ନିମନ୍ତ୍ରଣ କରିଥିଲେ । ସେ ଅନ୍ୟତମ ଅଭିଯୁକ୍ତ ଅରବାଜ୍ ମର୍ଚାଣ୍ଡଙ୍କୁ ମଧ୍ଯ ନିମନ୍ତ୍ରଣ କରିଥିଲେ । ତାଙ୍କ ନିମନ୍ତ୍ରଣରେ ଦୁହେଁ କ୍ରୁଜକୁ ଯାଇଥିଲେ ବୋଲି ସେ କହିଥିଲେ ।

ମୁକୁଲ ରୋହତଗୀ କହିଛନ୍ତି ଯେ ଏନସିବି ପାଖରେ ପୂର୍ବ ସୂଚନା ଥିଲା ଯେ କ୍ରୁଜରେ କିଛି ଲୋକ ଡ୍ରଗ୍ସ ନେଉଛନ୍ତି । ସେଠାରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ । ଯେହେତୁ ଆର୍ୟନଙ୍କ ପାଖରୁ କୌଣସି ଡ୍ରଗ୍ସ ଜବତ ହୋଇନାହିଁ । ଭୁଲ୍ ଭାବରେ ଆର୍ୟନ ଖାନଙ୍କୁ ଗିରଫ କରାଯାଇଛି । ରୋହତଗୀ କହିଛନ୍ତି ଯେ ଏନସିବିର ସମସ୍ତ ଅଭିଯୋଗକୁ ମୁଁ ଅସ୍ୱୀକାର କରୁଛି । ମୁଁ କୌଣସି ଅଧିକାରୀ କିମ୍ବା କାହା ଉପରେ ଦୋଷାରୋପ କରୁନାହିଁ । କିନ୍ତୁ ଏହି ମାମଲା ଜାମିନ ଦିଆଯିବା ଯୋଗ୍ୟ ମାମଲା ଅଟେ ବୋଲି ସେ କହିଛନ୍ତି ।

ଶୁଣାଣି ସମୟରେ ଆର୍ୟନଙ୍କ ଜାମିନକୁ ବିରୋଧ କରି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କହିଛି ଯେ ଆର୍ୟନଙ୍କୁ ଜାମିନ ଦିଆଗଲେ ଏହା ମାମଲାର ତଦନ୍ତ ଉପରେ ପ୍ରଭାବ ପଡିବ ।

Show More

Related Articles

Back to top button