Breaking PLUSଖେଳ

ଟି-୨୦ ବିଶ୍ୱକପ : ୮ ୱିକେଟରେ ଦକ୍ଷିଣ ଆଫ୍ରିକା ବିଜୟୀ

ଟି-୨୦ ବିଶ୍ୱକପ ଗ୍ରୁପ-୧ର ମ୍ୟାଚରେ ଓ୍ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଇଥିଲା । ବିଶ୍ୱ ଚାମ୍ପିୟନ ୱେଷ୍ଟ ଇଣ୍ଡିଜର ଏହା ହେଉଛି ଲଗାତାର ୨ୟ ପରାଜୟ । ୱେଷ୍ଟ ଇଣ୍ଡିଜ ଦ୍ୱାରା ରଖାଯାଇଥିବା ୧୪୪ ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ୨ଟି ଓ୍ୱିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଆଇଡେନ ମାର୍କମାନ, ରାଶି ଭାନ ଡର ଦୁସେନ ୪୩ ଓ ରିଜା ହେଣ୍ଡରିକ୍ସ ୩୯ ରନ କରିଥିଲେ ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜଦଳ ଆରମ୍ଭରୁ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲା । ଓପନର ଏଭିନ ଲୁଇସ ମାତ୍ର ୩୫ ବଲରେ ୫୬ରନ କରିଥିଲେ । ଲେଣ୍ଡି ସାଇମନ୍ସ ୧୬ ଓ କେରନ ପୋଲାର୍ଡ ୨୬ରନ କରିଥିଲେ । ତାରକା ବ୍ୟାଟ୍ସମ୍ୟାନ କ୍ରିସ ଗେଲ ମାତ୍ର ୧୨ ରନ କରି ଆଉଟ ହୋଇଥିଲେ । ତେବେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଦଳର ରନଗତି ଧୀମେଇ ଯାଇଥିଲା ଓ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୪୩ ରନ କରିପାରିଥିଲା ।

Show More

Related Articles

Back to top button