Breaking PLUSଖେଳମୁଖ୍ୟ ଖବର

ମୁଖ୍ୟ କୋଚ ନିମନ୍ତେ ବିଧିବଦ୍ଧ ଭାବେ ଆବେଦନ କଲେ ରାହୁଲ ଦ୍ରାବିଡ

ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ପାଇଁ ବିଧିବଦ୍ଧ ଭାବେ ଆବେଦନ କରିଛନ୍ତି ରାହୁଲ ଦ୍ରାବିଡ । କୋଚ ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ଆଜି (୨୬-୧୦) ଥିଲା । ଏଥିସହ ବିଭିନ୍ନ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଟି୨୦ ବିଶ୍ୱକପ ପରେ ରବି ଶାସ୍ତ୍ରୀ କୋଚ ପଦ ଛାଡିବା ନିଶ୍ଚିତ ହୋଇଛି । ତାଙ୍କ ସ୍ଥାନରେ ଦି ୱାଲ ଭାବେ ପ୍ରସିଦ୍ଧି ହାସଲ କରିଥିବା ଦ୍ରାବିଡ ଏହି ଗୁରୁ ଦାୟତ୍ୱ ବହନ କରିବେ ବୋଲି ଆଶା କରାଯାଉଛି । ବିସିସିଆଇର ଜନୈକ ଅଧିକାରୀ ସେ ଆବେଦନ କରିବା ସମ୍ପର୍କରେ ଜଣାଇଛନ୍ତି ।

ସେହିପରି ଜାତୀୟ କ୍ରିକେଟ ଏକାଡେମୀର ନିର୍ଦ୍ଦେଶକ ପାଇଁ ଭିଭିଏସ ଲକ୍ଷ୍ମଣ ଆବେଦନ କରିଛନ୍ତି । ସୂଚନାଯୋଗ୍ୟ, ଦ୍ରାବିଡ ନିକଟରେ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଭାରତୀୟ ଦଳର କୋଚ ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ ।

Show More

Related Articles

Back to top button