Breaking PLUSଦେଶମୁଖ୍ୟ ଖବର

୬ ଦିନ ବନ୍ଦ ରହିବ ବ୍ୟାଙ୍କ

ଆସନ୍ତା ସପ୍ତାହରେ ଭାରତରେ ୬ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଆସନ୍ତା ସୋମବାର ଠାରୁ ୬ ଦିନ ବ୍ୟାଙ୍କ ବନ୍ଦ ରହିବ ।

ଅକ୍ଟୋବର ୧୮ରେ ଆସାମ ଗୌହାଟୀରେ କଟି ବିହୁ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଅକ୍ଟୋବର ୧୯ରେ ନୂଆଦିଲ୍ଲୀ, ଭୋପାଳ, ଅହମ୍ମଦାବାଦ, ବେଲାପୁର, ଚେନ୍ନାଇ, ଡେରାଡୁନ୍, ହାଇଦ୍ରାବାଦ, ଇମ୍ଫାଲ, ଜମ୍ମୁ, କାନପୁର, କୋଚି, ଲକ୍ଷ୍ନ‌ୌ, ମୁମ୍ବାଇ, ନାଗପୁର, ରାୟପୁର, ରାଞ୍ଚି, ଶ୍ରୀନଗର ଏବଂ ଥିରୁବନନ୍ତପୁରମ୍‌ରେ ଇଦ୍-ଇ-ମିଲାଦଙ୍କ ପାଇଁ ବ୍ୟାଙ୍କ ବନ୍ଦ ରହିବ ।

ସେହିପରି ଅକ୍ଟୋବର ୨୦ରେ ବାଲ୍ମିକୀ ଜୟନ୍ତୀ ଯୋଗୁ ବେଙ୍ଗାଲୁରୁ, ଚଣ୍ଡିଗଡ଼, ଶିମଲା, କୋଲକାତା ଏବଂ ଅଗରତାଲାରେ ବ୍ୟାଙ୍କ ବନ୍ଦ ରହିବ । ଅକ୍ଟୋବର ୨୨ରେ ଇଦ୍-ଇ-ମିଲାଦ-ଉଲ୍-ନାବି ପାଇଁ ଜାମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ ସେବା ବନ୍ଦ ରହିବ । ଅକ୍ଟୋବର ୨୩ରେ ଚତୁର୍ଥ ଶନିବାର ହେତୁ ବ୍ୟାଙ୍କ ସମଗ୍ର ଭାରତରେ ବନ୍ଦ ରହିବ । ସେହିପରି ଅକ୍ଟୋବର ୨୪ରେ ରବିବାର ଯୋଗୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।

Show More

Related Articles

Back to top button