ବଲିଉଡ

ଏନ୍‌ସିବିର ଜେରା ବେଳେ ପ୍ରତିଶ୍ରୁତି ଦେଲେ ଆର୍ୟନ

ଆଗକୁ ଭଲ କାମ କରିବା ନେଇ ଦେଲେ ପ୍ରତିଶ୍ରୁତି

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ଆର୍ୟନ୍‌ ଖାନ ଏବେ ଜେଲ୍‌ରେ । ମୁମ୍ବାଇ ସେସନ୍‌ କୋର୍ଟ ଆର୍ୟନଙ୍କ ଜାମିନ ଆବେଦନ ଶୁଣାରିକୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଏହାରି ଭିତରେ ଆର୍ୟନ୍‌ଙ୍କୁ ଏନ୍‌ସିବିର ଜେରା ବେଳେ ସେ ଏକ ପ୍ରତିଶ୍ରୁତି ଦେଇଛନ୍ତି । ସେ ଏନସିବିର ମୁମ୍ବାଇ ୟୁନିଟର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ଭଲ କାମ କରିବେ, ଗରିବ ଓ ଅସହାୟଙ୍କୁ ସାହାଯ୍ୟ କରିବେ ଏବଂ ଦିନେ ତାଙ୍କୁ ଗର୍ବିତ କରିବେ ।

ଜେଲ୍‌ରୁ ମୁକୁଳିବା ପରେ ଆର୍ୟନ ଭଲ କାମ କରିବା ସହିତ ଗରିବ ଏବଂ ପୀଡିତଙ୍କ ସାମାଜିକ ତଥା ଆର୍ଥିକ ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ ମୁଁ ଏପରି କିଛି କରିବି ଯାହା ଆପଣଙ୍କୁ ମୋ ପାଇଁ ଗର୍ବିତ କରିବ ।

Show More

Related Articles

Back to top button