Breaking PLUSଅପରାଧଓଡ଼ିଶା

ମନୀଷ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ପୁଲିସ

ବହୁଚର୍ଚ୍ଚିତ ମନୀଷ ଅନୁରାଗଙ୍କ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ଇନ୍‌ଫୋସିଟି ପୋଲିସ । ସୋମବାରଠାରୁ ସେମାନଙ୍କୁ ରିମାଣ୍ଡରେ ନେବ ପୋଲିସ  । ଏ ନେଇ ଭୁବନେଶ୍ୱର ଜେଏମ୍‌ଏଫ୍‌ସି କୋର୍ଟ ଅନୁମତି ଦେଇଛନ୍ତି । ତେବେ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଥିଲା କିନ୍ତୁ କୋର୍ଟ ୪ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ଏ ଘଟଣାରେ କମିଶନରେଟ ପୋଲିସ ୩ ଅଭିଯୁକ୍ତ ଅମ୍ରିତ ବିଶ୍ୱାଳ, ଦିନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ରଙ୍କୁ ଶନିବାର ଗିରଫ କରି କୋର୍ଟଚାଲାଣ କରିଥିଲା ।

Show More

Related Articles

Back to top button