Breaking PLUSଅପରାଧଓଡ଼ିଶା

ବହୁଚର୍ଚ୍ଚିତ ମନୀଷ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ତିନି ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୁଲିସ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ହତ୍ୟା କରିଥିବା ତିନି ଅଭିଯୁକ୍ତ ଜେଲରେ ରାତି କାଟିଛନ୍ତି । ଗିରଫ ଅଭିଯୁକ୍ତଙ୍କୁ ପୋଲିସ ହାଜର କରିବା ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ଜେଏମଏଫସି କୋର୍ଟ ।

ତେବେ ସେମାନଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସ କରିଥିବା ଆବେଦନର ଆଜି ଶୁଣାଣି ହେବ । ମନୀଷଙ୍କ ମୃତ୍ୟୁ ରହସ୍ୟ ଉପରୁ ସମ୍ପୂର୍ଣ୍ଣ ପରଦା ଉଠାଇବା ପାଇଁ ତିନି ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି କମିସନରେଟ ପୁଲିସ । ସେପଟେ କୋର୍ଟରେ ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଅମ୍ରିତ ସିଂ ଙ୍କ ପାଇଁ ଜାମିନ ଆବେଦନ କରିଥିଲେ ତାଙ୍କ ଓକିଲ । ଅନ୍ୟ ଦୁଇ ଅଭିଯୁକ୍ତଙ୍କ ପାଇଁ କେହି ଜାମିନ ଆବେଦନ କରିନଥିଲେ କିନ୍ତୁ ଜେଏମଏଫସି କୋର୍ଟ ଅମ୍ରିତଙ୍କ ଜାମିନ୍ ଆବେଦନକୁ ଖାରଜ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ମନୀଷଙ୍କୁ କେମିିତି ଓ କେଉଁଠି ମାରିଲେ ତାହା ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।

Show More

Related Articles

Back to top button