Breaking PLUSଦେଶମୁଖ୍ୟ ଖବର

ପୁଣି ବଢ଼ିଲା ତୈଳ ଦର

ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର । ପେଟ୍ରୋଲ ଓ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ପେଟ୍ରୋଲ ଏବଂ ଡିଜେଲ ଭାରତର ସମସ୍ତ ପ୍ରମୁଖ ସହରରେ ରେକର୍ଡ ସ୍ତରରେ ବିକ୍ରି ହେଉଛି ।

ଦିଲ୍ଲୀରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧି ପାଇ ଲିଟର ପିଛା ୧୦୫.୮୪ ଟଙ୍କାରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ସର୍ବାଧିକ ୧୧୧.୭୭ ଟଙ୍କା ବିକ୍ରି ହେଉଛି ।

ଭାରତର ଅଧିକାଂଶ ପ୍ରମୁଖ ସହରରେ ଡିଜେଲ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ, ବିହାର, କେରଳ, କର୍ଣ୍ଣାଟକ ଏବଂ ଲଦାଖ ଆଦି ରାଜ୍ୟରେ ତୈଳ ଦର ଉପରମୁହାଁ ହେବାରେ ଲାଗିଛି ।

ମୁମ୍ବାଇରେ ଡିଜେଲ ଲିଟର ପିଛା ୧୦୨.୫୨ ଟଙ୍କାରେ ବିକ୍ରି ହେଉଛି । ରବିବାର ଦିନ ତୈଳ ଦର ୩୫ ପଇସା ବୃଦ୍ଧି ପାଇବା ପରେ ଦିଲ୍ଲୀରେ ଡିଜେଲ ଲିଟର ପିଛା ୯୪.୨୨ ଟଙ୍କାରେ ବିକ୍ରି ହେଉଛି ।

Show More

Related Articles

Back to top button