ଓଡ଼ିଶାଦୁର୍ଘଟଣା

ଟ୍ରକକୁ ଧକ୍କା ଦେଲା ଅଟୋ,୨ ମୃତ ଓ ୩ ଗୁରୁତର ଆହତ

ଅନଗୁଳ : ଟ୍ରକକୁ ଧକ୍କା ଦେଲା ଅଟୋ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ୫୫ ନଂ ଜାତୀୟ ରାଜପଥ ମରାତିରା ଗଣ୍ଡିମୁଣ୍ଡା ନିକଟରେ । ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ୨ ମହିଳା ଯାତ୍ରୀଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଦୁର୍ଗାପୁରର ୪୯ ବର୍ଷୀୟ କାନ୍ତି ସାହୁ ଓ ଜରପଡା ଗାଁର ୫୧ ବର୍ଷୀୟ କୋକିଳ ସାହୁ ।

ସୂଚନା ଅନୁଯାୟୀ , ମହିଧରପୁରରୁ ଦୁର୍ଗାପୁର ଆସୁଥିବା ଏକ ଅଟୋ ଜରପଡାରୁ ଅନୁଗୁଳ ଅଭିମୁଖେ ଯାଉଥିବା ଏକ ପିଆଜ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା । । ଅଟୋରେ ୪ ଜଣ ଯାତ୍ରୀ ସହ ଅଟୋ ଡ୍ରାଇଭର ମଧ୍ୟ ଥିଲେ । ଘଟଣା ସ୍ଥଳରେ ହିଁ ୨ ମହିଳା ଯାତ୍ରୀଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ୩ ଗୁରୁତରଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

 

Show More

Related Articles

Back to top button