ଅପରାଧମୁଖ୍ୟ ଖବରସ୍ୱତନ୍ତ୍ର

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ପଡିଲେ ଏଏସଆଇ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ପଡିଲେ ପୁଲିସ ବାବୁ । ଖୋର୍ଦ୍ଧା ବୋଲଗଡ଼ ଥାନା ଏଏସଆଇ ଭଗବାନ ସ୍ୱାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ବୋଲଗଡ଼ ଥାନା ଏଏସଆଇ ଭଗବାନ ସ୍ୱାଇଁ ଖାରଡପଲ୍ଲୀ ଅଞ୍ଚଳର ସୁକାନ୍ତି ପଟ୍ଟନାୟକଙ୍କ ପୁଅ ଏବଂ ତାର ସାଙ୍ଗମାନଙ୍କ ନାଁରେ ଥିବା ଏକ ମାମାଲାରେ ଦଫା କୋହଳ କରିବା ସହ ଗିରଫଦାରୀକୁ ଏଡାଇବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ସୁକାନ୍ତି ଭିଜିଲାନ୍ସକୁ ସୂଚନା ଦେଇଥିଲେ । ତେବେ ପୂର୍ବଯୋଜନା ମୁତାବକ ଆଜି ସୁକ୍ତାନ୍ତି ଲାଞ୍ଚ ଟଙ୍କା ନେଇ ଦେବାକୁ ଯାଇଥିଲେ । ଟଙ୍କା ଦେବାକ୍ଷଣି ପୂର୍ବରୁ ଜଗିରହିଥିବା ଭିଜିଲାନ୍ସ ଟିମ୍ ଚଢାଉ କରି ଟଙ୍କା ଜବତ କରିଥିଲା । ଏହାପରେ ଭଗବାନଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ ।

Show More

Related Articles

Back to top button