ଦେଶ ବିଦେଶମୁଖ୍ୟ ଖବର

‘ମହାକାଶ ସହ ସମୁଦ୍ର ଉପରେ ନଜର’, ପିଏମ କହିଲେ

ସ୍ପେସ୍ ଟେକ୍ନୋଲଜିରୁ ଆସିବ କ୍ରାନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର IN-SPACeର ମୁଖ୍ୟାଳୟର ଉଦଘାଟନ କରିଛନ୍ତି । ମହାକାଶ କ୍ଷେତ୍ରରେ ଅଧିକ ଗବେଷଣା ଏବଂ ଘରୋଇ ନିବେଶକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହାର ନିର୍ମାଣ କରାଯାଇଛି । ଅହମଦାବାଦରେ ଉଦଘାଟନୀ ସମାରୋହକୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ମହାକାଶ କ୍ଷେତ୍ରରେ ସଂସ୍କାର ଆଣିବା ଆରମ୍ଭ କରିଛନ୍ତି ଏବଂ ଘରୋଇ କ୍ଷେତ୍ର ପାଇଁ ମାର୍ଗ ପ୍ରଶସ୍ତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଆଇଟି ଉଦ୍ୟୋଗ ପରି ଆମ ମହାକାଶ ଉଦ୍ୟୋଗ ବିଶ୍ୱ ମହାକାଶ କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିବ । ଘରୋଇ ଉଦ୍ୟୋଗକୁ ଭରଷା ଦେବାକୁ ଚାହେଁ ଯେ, ମହାକାଶ କ୍ଷେତ୍ରରେ ନିରନ୍ତର ସଂସ୍କାର ଜାରି ରହିବ’। ସେ କହିଛନ୍ତି ଏକବିଂଶ ଶତାବ୍ଦୀରେ ମହାକାଶ ପ୍ରଯୁକ୍ତିବିଦ୍ୟା ଦୁନିଆରେ ଏକ ବିପ୍ଲବ ଆଣିବାକୁ ଯାଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆଜି ଏକବିଂଶ ଶତାବ୍ଦୀର ଆଧୁନିକ ଭାରତର ବିକାଶ ଯାତ୍ରାରେ ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି । ଇନ ସ୍ପେସ୍ ଭାରତର ଯୁବକଙ୍କୁ ନିଜର ଦକ୍ଷତା ପ୍ରମାଣିତ କରିବାର ସୁଯୋଗ ପ୍ରଦାନ କରିବ। ସରକାରୀ ହେଉ ଅବା ଘରୋଇ ଉଦ୍ୟୋଗ ଇନ ସ୍ପେସ୍ ସଭିଙ୍କୁ ଉନ୍ନତ ସୁଯୋଗ ପ୍ରଦାନ କରିବ’। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଇନ ସ୍ପେସରେ ଭାରତର ମହାକାଶ ଉଦ୍ୟୋଗରେ କ୍ରାନ୍ତି ଆଣିବାର କ୍ଷମତା ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ନିଜ ସମ୍ୱୋଧନରେ କହିଛନ୍ତି, ‘ଆମ ଦେଶରେ ଅପାର ସମ୍ଭାବନା ରହିଛି, କିନ୍ତୁ ଅପାର ସମ୍ଭାବନା କେବେ ବି ସୀମିତ ପ୍ରୟାସରେ ହାସଲ କରିହୁଏ ନାହିଁ’। ଭବିଷ୍ୟତରେ ମଧ୍ୟ ସ୍ପେସ ଉଦ୍ୟୋଗରେ ସଂସ୍କାର କାର୍ଯ୍ୟ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ଭରଷା ଦେଇଛନ୍ତି । ମାନବିକତାର ଭବିଷ୍ୟତ, ଏହାର ବିକାଶ…ଆଗାମୀ ଦିନରେ ଦୁଇଟି କ୍ଷେତ୍ର ସବୁଠୁ ପ୍ରଭାବଶାଳୀ ହେବାକୁ ଯାଉଛି, ତାହା ହେଉଛି ସ୍ପେସ୍ ( ମହାକାଶ) ଏବଂ ସି (ସମୁଦ୍ର)।

Show More

Related Articles

Back to top button