Breaking PLUSଓଡ଼ିଶାଦେଶପାଣିପାଗମୁଖ୍ୟ ଖବର

ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଗାମୀ ୪ ଦିନ ଯାଏ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ୧୨ ଜିଲ୍ଲାର ବହୁ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଥିପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଗତ କିଛି ଦିନ ଧରି ରାଜ୍ୟରେ ଅସମ୍ଭାଳ ତାତି ଅନୁଭୂତ ହେଉଥିଲା । ପଶ୍ଚିମ ଓଡିଶାରେ ବହୁଥିବା ତତଲା ହାୱାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଥିଲା । ପ୍ରଖର ଗରମ ଗୁଳିଗୁଳିରେ ହନ୍ତସନ୍ତ ହେଉଥିଲେ ଲୋକେ ।ଗୁରୁବାର ୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ୫ ସହରର ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରହିଥିଲା । ପ୍ରଚଣ୍ଡ ତାତିରେ ଛଟପଟ ହେଉଥିଲେ ଲୋକେ । ଉପକୂଳରେ ତାତି କମ୍‌ ରହୁଥିଲେ ବି ଭୀଷଣ ଗୁଳୁଗୁଳି ନାକେଦମ୍‌ କରୁଥିଲା । ଶୁକ୍ରବାରଠୁ ଗୁଳିଗୁଳିରୁ ଟିକେ ଆସ୍ୱସ୍ତି ମିଳିଛି । ରାଜ୍ୟର ଅଧିକାଂଶ ଜିଲ୍ଲା ଥଣ୍ଡା ପଡ଼ିଛି । ଟିଟିଲାଗଡ଼ରେ ଦିନକରେ ତାପମାତ୍ରା ପ୍ରାୟ ୧୪ ଡିଗ୍ରୀ କମିଛି । ଗୁରୁବାର ଏଠାରେ ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ଥିବାବେଳେ ଶୁକ୍ରବାର ଏହା ୩୧.୭ ଡିଗ୍ରୀକୁ ଖସି ଆସିଛି । ବଲାଙ୍ଗୀରରେ ମଧ୍ୟ ଦିନକରେ ତାପମାତ୍ରା ୮.୮ ଡିଗ୍ରୀ କମିଛି । ଶନିବାରଠାରୁ ତାପମାତ୍ରା ଆହୁରି କମିବ । କିଛି ସ୍ଥାନରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ରାଜ୍ୟର ୧୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୈଜ୍ଞାନିକ ଉମାକାନ୍ତ ଦାଶ ସୂଚନା ଦେଇଛନ୍ତି ।

Show More

Related Articles

Back to top button