Breaking PLUSପୂଜା ପାର୍ବଣଭକ୍ତିମୁଖ୍ୟ ଖବର

ବଦଳିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ବ୍ରେକ ଅଖ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଅଖ ଭଙ୍ଗା ବୋଲି ଜଣାପଡିବା ପରେ ନିଆଯାଇଛି ଏକ ନିଷ୍ପତ୍ତି । ଏହାକୁ ବଦଳାଇବାକୁ ଉଚ୍ଚସ୍ତରୀୟ ରଥ ଯାଞ୍ଚ କମିଟି ନିର୍ଦ୍ଦେଶ ଦେଇଥିବା ବେଳେ ରଥ ଅଖର ମରାମତି ହୋଇଥିବା ନେଇ ସୂଚନା ମିଳିଛି । ରଥର ପଛ ବ୍ରେକ ଅଖକୁ ବଦଳା ଯାଇଛି । ଅନୁଧ୍ୟାନ ପରେ ଅଖରେ ଫାଟ ଥିବାରୁ ଏହାକୁ ପରିବର୍ତ୍ତନ କରାଯାଇଛି । ବିଳମ୍ବିତ ରାତି ୩ଟା ଯାଏଁ ମରାମତି କାମ ଚାଲିଥିଲା । ଏନେଇ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବାବେଳେ ଆଜି ତିନି ରଥର ଚାରିନାହାକା ଉଠିଛି। ପ୍ରତ୍ନତତ୍ତ୍ୱ ବିଭାଗ କୋର୍‌ କମିଟି ସଦସ୍ୟ, ରେଳ ବିଭାଗ, ପୂର୍ତ୍ତ ବିଭାଗ, ଶ୍ରୀମନ୍ଦିର ପ୍ରଶାସନ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ରଥ ଯାଞ୍ଚ କମିଟି ତିନି ରଥର ଯାଞ୍ଚ୍‌ପରେ ନନ୍ଦିଘୋଷ ରଥ ଅଖ ଭାଙ୍ଗି ପଡ଼ିଥିବା ଜଣାପଡ଼ିଥିଲା। ଦୁଇ ଚକରେ ଲାଗିଥିବା ଏହି ଅଖ ତୁମ୍ବ ପାଖରୁ ଦୁଇଫାଳ ହୋଇଯାଇଥିଲା। ଅଖର ଦୁଇଫାଳରୁ ଗୋଟିଏ ପାର୍ଶ୍ୱ ଉପରକୁ ଉଠିଯାଇଥିବା ଏବଂ ଏହାଉପରେ ଲାଗିଥିବା ଦଣ୍ଡା, ଗୁଜ, ଜଳଯନ୍ତ୍ର, ଗୟଳ ସବୁ ଗୋଟିଏ ପାର୍ଶ୍ୱକୁ ଢଳି ପଡ଼ିଥିବା ଦେଖିବାକୁ ମିଳିଥିଲା। ମହାରଣାମାନେ ଏହି ଫାଟରେ ଲୁହା କ୍ଲାମ୍ପ୍‌ଦେଇ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ବି ଏହା ସମ୍ଭବ ହୋଇ ନଥିଲା। ତେଣୁ ଏହି ଅଖକୁ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି ।

Show More

Related Articles

Back to top button