ଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ପୋଲିସକୁ ମିଳିଲା ବଡ ସଫଳତା , ଜବତ କଲା ୮କୁଇଣ୍ଟାଲ ଗଞ୍ଜେଇ

ଲମତାପୁଟ : ପୋଲିସକୁ ମିଳିଲା ବଡ ସଫଳତା । ପ୍ରାୟ ୮କୁଇଣ୍ଟାଲରୁ ବିପୁଳ ଗଞ୍ଜେଇ ଉପରେ ପାଡୁଆ ପୋଲିସର ଚଢାଉ । ଚଢାଉ ହୋଇଥିବା ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ଥିବା କୁହାଯାଉଛି ।

ସୂଚନା ଅନୁଯାୟୀ , ନନ୍ଦପୁର SDPO ଙ୍କ ନେତୃତ୍ଵରେ ପାଡୁଆ ପୋଲିସ ଖୁଡ଼ା ଜଳପ୍ରପାତ ନିକଟ ଜଙ୍ଗଲରେ ୩ ଘଣ୍ଟାର ଅପରେସନ କରିଥିଲା । ପୋଲିସ ଆସିବା ଦେଖି ଅନ୍ଧାରର ସୁଯୋଗ ନେଇ ଘଟଣା ସ୍ଥଳରୁ ମାଫିଆ ମାନେ ଫେରାର ହୋଇ ଯାଇଥିଲେ ।

ପୋଲିସର କହିବା ମୁତାବକ , ଜଳପ୍ରପାତ ନିକଟ ଜଙ୍ଗଲରେ ଏହି ଗଞ୍ଜେଇ ବାହାର ରାଜ୍ୟକୁ କୁ ଚୋରା ଚାଲାଣ କରିବାକୁ ପ୍ରସ୍ତୁତ ଚାଲିଥିଲା । ଏହି ସମୟରେ ପୋଲିସ ଆସିବା ଦେଖି ସମସ୍ତେ ଛୁ ମାରିଥିଲେ ।  ତେବେ ସେଠାରୁ ୨୭ଟି ବସ୍ତାରୁ ବିପୁଳ ଗଞ୍ଜେଇ ଜବତ କରିଥିଲା ପୋଲିସ। ପ୍ରାୟ ୮କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଚଳିତ ବର୍ଷ ପୋଲିସ ପାଇଁ ଏହା ଏକ ବଡ଼ ସଫଳତା । ପ୍ରାୟ ୮ ସହ ଏକର ଗଞ୍ଜେଇ ଚାଷ ନଷ୍ଟ କରିବାରେ ପୋଲିସ ସଫଳ ହୋଇ ଥିବା ବେଳେ ଗଞ୍ଜେଇ ଗଛିତ ଥିବା ବିଭିନ୍ନ ଜାଗାରେ ମଧ୍ୟ ଚଡାଉ ଜାରି ରଖିଛି ପୋଲିସ୍ ।

Show More

Related Articles

Back to top button